ଆସନ୍ତାକାଲି ଖୋଲିବ ଧବଳେଶ୍ୱର ମନ୍ଦିର

ଆସନ୍ତାକାଲି ଖୋଲିବ ଧବଳେଶ୍ୱର ମନ୍ଦିର

ଆସନ୍ତାକାଲି ଖୋଲିବ ଧବଳେଶ୍ୱର ମନ୍ଦିର
ଆଠଗଡ଼:ରାଜ୍ୟରେ ଧୀରେ ଧୀରେ ସୁଧୁରୁଛି କରୋନା ସ୍ଥିତି । ଆଉ ଏଥିପାଇଁ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ମନ୍ଦିର ମଧ୍ୟ ଖୋଲୁଛି । ଏହାରି ଭିତରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିର ଖୋଲିବ । ତେବେ ଆସନ୍ତାକାଲି କେବଳ ପୂଜକଙ୍କ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ । ୯ ଓ ୧୦ ତାରିଖରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ନିୟମ କରାଯାଇଛି । ତେବେ ଗୋଟିଏ ଥରରେ କେବଳ ୫୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ତେବେ ଦର୍ଶନ ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।