ଘରୋଇ ସ୍କୁଲ ଫି’ କମିବ

ଘରୋଇ ସ୍କୁଲ ଫି’ କମିବ

ଘରୋଇ ସ୍କୁଲ ଫି’ କମିବ
ଭୁବନେଶ୍ୱର: ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ମାମଲା ପ୍ରସଙ୍ଗରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କୋର୍ଟଙ୍କ ନିଦେ୍ର୍ଧଶରେ ଗଠିତ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ରିପୋର୍ଟ ଗ୍ରହଣରେ କାହାର କିଛି ଆପତ୍ତି ଥିଲେ ସାନି ରିଟ ପାଇଁ ମଧ୍ୟ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଉପରୋକ୍ତ ଦୁଇ ନିଦେ୍ର୍ଧଶ ସହ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି । ପ୍ରକାଶ ଯେ, କେଉଁ ଶ୍ରେଣୀ ପାଇଁ କେତେ ଟଙ୍କା ସ୍କୁଲ ଫି ହ୍ରାସ ହେବ ସେନେଇ କୋର୍ଟଙ୍କ ନିଦେ୍ର୍ଧଶରେ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ -୧୯ ପ୍ରଭାବ ପରିବାରର ଆୟ ଉପରେ ପଡ଼ିଛି । ଏପରି ସ୍ଥଳରେ ପିଲାଙ୍କ ପାଠପଢ଼ା ଓ ସ୍କୁଲ ଫି’ ଅଭିଭାବକଙ୍କ ନିଦ ହଜାଇ ଦେଇଛି । ତେବେ ସ୍କୁଲ ଫି’ ୫୦ ପ୍ରତିଶତ ଛାଡ଼ କରିବା ପାଇଁ ଅଭିଭାବକମାନେ ଦାବି କରିଥିଲେ । ଯାହାକୁ ନେଇ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏବେ ଏହାର ଆପୋସ ସମାଧାନ ହୋଇଥିଲା । ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛାଡ଼ କରିବାକୁ ସହମତି ପ୍ରକାଶ ପାଇଥିଲା । ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ ବିଚାରବିମର୍ଶ ପରେ ଏଭଳି ନିଷ୍ପତ୍ତି ହୋଇଥିଲା । ସ୍କୁଲ ଫି’ ଛାଡ଼ ପାଇଁ ଘରୋଇ ସ୍କୁଲ ଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଆନ୍ସିଲାରି ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ବି ପ୍ରସ୍ତାବ ଦିଆଯାଇଥିଲା । ଗୋଟିଏ ପଟେ ଅଭିଭାବକ ସଂଘ ୫୦% ସ୍କୁଲ ଫି ଛାଡ଼ କରିବାକୁ ଦାବି କରୁଥିବା ବେଳେ ଅନ୍ୟପଟେ ଏହା ସମ୍ଭବପର ନୁହେଁ ବୋଲି ସ୍କୁଲ ସଂଘ ଯୁକ୍ତି ବାଢ଼ିଥିଲା । ଶେଷରେ ରାଜସ୍ଥାନ ସରକାର ଯେଉଁ ଢ଼ାଞ୍ଚାରେ ସ୍କୁଲ ଫି ଛାଡ କରିଛନ୍ତି ତାହାକୁ ଓଡ଼ିଶାରେ କାର୍ୟ୍ୟକାରୀ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଶାର ୬ ହଜାରରୁ ଅଧିକ ଘରୋଇ ସ୍କୁଲ ରହିଛି । ଯେଉଁଥିରେ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଡେ’ସ୍କଲାର, ଡେ ବୋର୍ଡିଂ, ରେସିଡେନ୍ସିଆଲ ସ୍କୁଲ ଅନ୍ତର୍ଭୁକ୍ତ ରହିଛନ୍ତି । ତାହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ଯେଉଁ ସ୍କୁଲ ଟୁ୍ୟସନ ଫି ବାବଦରେ ମାସିକ ୨୦୦ ରୁ ୫୦୦ ଟଙ୍କା ଫି ନେଉଛନ୍ତି ସେମାନଙ୍କୁ ପ୍ରଥମ ବର୍ଗରେ ରଖାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ମାସିକ ୫୦୧ ରୁ ୧୦୦୦ ଟଙ୍କା ଓ ତୃତୀୟ ବର୍ଗରେ ମାସିକ ୧୦୦୦ ରୁ ଅଧିକ ଟଙ୍କା ନେଉଥିବା ବିଦ୍ୟାଳୟ ରହିଛନ୍ତି । ସେହି ଅନୁଯାୟୀ ବିଦ୍ୟାଳୟ ଗୁଡ଼ିକ ୦ ରୁ ୩୦% ପର୍ୟ୍ୟନ୍ତ ଫି ଛାଡ଼ କରିବେ । ଆନ୍ସିଲାରି ଫିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରସ୍ତାବ ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷ ଯଥା କନଫଡରେସନ ଅଫ ସ୍କୁଲ ଆସୋସିଏସନ, ଶିକ୍ଷକ ପ୍ରତିନିଧି, ଓଡ଼ିଶା ଅଭିଭାବକ ମହାସଂଘ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।