ବୋହୁ ହତ୍ୟାକାରୀ ଶାଶୁକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ

ବୋହୁ ହତ୍ୟାକାରୀ ଶାଶୁକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ

ବୋହୁ ହତ୍ୟାକାରୀ ଶାଶୁକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଜର୍ଜ | ସରକାରୀ ଓକିଲ ଙ୍କ ସୂଚନା ଅନୁସାରେ ୨୦୧୮ ମସିହା ରେ ସଦର ଥାନା ଦେଉଳିବିଲ ଗାଁ ର ଚାନ୍ଦିନୀ ମହାନ୍ତ ଙ୍କ ପୁଅ ସୁନୀଲ ମହାନ୍ତ ଝୁମ୍ପୁରା ନିବାସୀ ରାମ ମହାନ୍ତ ଙ୍କ ଝିଅ ମାନସୀ ମହାନ୍ତ ଙ୍କୁ ପ୍ରେମ ବିବାହ କରିଥିଲେ । ଏବଂ ପରେ କୌଣସି ଏକ ଘଟଣା ରେ ସୁନୀଲ ମହାନ୍ତ ଜେଲ ଚାଲି ଯାଇଥିଲେ । ତାପରେ ମାନସୀ ଙ୍କ ଉପରେ  ଶ୍ୱଶୁର ଘର ଲୋକଙ୍କ ଆରମ୍ଭ ହୋଇ ଯାଇଥିଲା ଯୌତୁକ ନିର୍ଯ୍ୟାତନା । ଏପରିକି  ତା-୪.୨.୨୦୨୧ ରେ ଚାନ୍ଦିନୀ ମହାନ୍ତ ତାଙ୍କ ବୋହୁକୁ ମାନସୀ ମହାନ୍ତ ଙ୍କ ଗୋଡ ହାତ ବାନ୍ଧି ପଥର ରେ ଛେଚି କିରୋସୀନ ଢାଳି ନିଆ ଲଗାଇ ଦେଇଥିଲେ । ମାନସୀ ଜୀବନ ବିକଳରେ ଶୂଶୁର ଙ୍କ ଗୋଡ଼ କୁ ମାଡି ବସିଥିଲା , ଫଳ ରେ ଶୂଶୁର ମାଧ୍ୟ କଛି ଅଂଶ ରେ ପୋଡି ଯାଇଥିଲେ । ଶାଶୁ , ଶ୍ୱଶୁର ଏହାକୁ ଦୁର୍ଘଟଣାବସତ ନିଆ ଲାଗି ଯାଇଥିବାର ରୂପ ଦେବାକୁ  ଯାଇ ନିଜ କୁଟା ଭାଡିରେ ନିଆ ଲଗାଇ ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆ ଲିଭାଇବା ସହ ମାନସୀ ଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲେ ହେଲେ ମୃତ୍ୟୁ ପୂର୍ବରୁ ସେ ମୃତ୍ୟୁ କାଳିନ ଜମାନବନ୍ଦି ଦେଇଥିଲେ । ଜିଲ୍ଲା ଜର୍ଜ ଆଜି ହତ୍ୟା ଘଟଣାର ଶୁଣାଣି କରି ମୃତ୍ୟୁ କାଳିନ ଜମାନବନ୍ଦୀ ସହ ୧୭ ଜଣ ସାକ୍ଷୀ ପ୍ରମାଣ କୁ ଭିତି କରି ଏହି ରାୟ ଶୁଣାଇଛନ୍ତି ।