କାଳିଆ ପାଇଁ ସିଇଓଙ୍କ ପାଖକୁ ଗଲେ ନବୀନ

କାଳିଆ ପାଇଁ ସିଇଓଙ୍କ ପାଖକୁ ଗଲେ ନବୀନ

କାଳିଆ ପାଇଁ ସିଇଓଙ୍କ ପାଖକୁ ଗଲେ ନବୀନ
ଭୁବନେଶ୍ୱର:କାଳିଆ ଯୋଜନା ଚାଷୀଙ୍କ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ । ଚାଷୀ ପାଇବାକୁ ଥିବା ଟଙ୍କାକୁ ଜାଣିଶୁଣି ଅଟକା ଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏନେଇ ସେ ବ୍ୟକ୍ତିଗତ ଭାବେ ସିଇଓଙ୍କୁ ଭେଟି ଫେରାଦ ହେବା ସହ ଟଙ୍କା ଅଟକାଇବାର କାରଣ କ’ଣ ବୋଲି ପଚାରିଛନ୍ତି । ଅପରାହ୍ନରେ ହଠାତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ଭର୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ ଓ ସାଂସଦ ପ୍ରାର୍ଥୀ ଅନୁପ ପଟ୍ଟନାୟକ ପ୍ରମୁଖ ସିଇଓଙ୍କ ଅଫିସରେ ପହଁଚିଥିଲେ । ସିଇଓଙ୍କୁ ଭେଟିବା ପରେ କାଳିଆ ଯୋଜନା ଟଙ୍କାକୁ ଅଟକା ଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।