ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଜେପି ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମ ଓଡ଼ିଶାର ଡାକ୍ତରଙ୍କ ବଦଳି ନିଦେ୍ର୍ଧଶକୁ ବାତିଲ କରିବାକୁ ଶ୍ରୀ ପୂଜାରୀ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବଦଳି ହୋଇଥିବା ଡାକ୍ତରଙ୍କୁ ପୂର୍ବ କର୍ମକ୍ଷେତ୍ରକୁ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି । ଡାକ୍ତରଙ୍କ ବଦଳି ଯୋଗୁଁ ପଶ୍ଚିମ ଓଡ଼ିଶାରେ କରୋନା ଡୁ୍ୟଟି ପ୍ରଭାବିତ ହେବ ବୋଲି କହି ଡାକ୍ତରଙ୍କ ବଦଳି ନିଦେ୍ର୍ଧଶ ବାତିଲ କରିବାକୁ ସୁରେଶ ପୂଜାରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଗଞ୍ଜାମରେ ନିୟୋଜିତ ଆମ ଡାକ୍ତରଙ୍କୁ ଫେରାଇ ନଆଣିଲେ ନିଆଁ ଜାଳିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଥିଲେ । ସେ କହିଥିଲେ ଯେ, ଆମ ୬ ଆଦିବାସୀ ଜିଲ୍ଲାର ଲୋକଙ୍କୁ ରାଜ୍ୟ ସରକାର କରୋନା ସମୟରେ ମୃତୁ୍ୟମୁଖକୁ ଠେଲି ଦେଇଛନ୍ତି । ଆଦିବାସୀ ଜିଲ୍ଲାରୁ ୧୦୦ ଡାକ୍ତରଙ୍କୁ ଗଞ୍ଜାମ ପଠାଇ ଦେଲେ । ନିଜ ନିର୍ବାଚନମଣ୍ଡଳୀ ଓ ଗଞ୍ଜାମ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେ ଦରଦ କାହିଁକି ବୋଲି ପ୍ରଦୀପ ମାଝୀ ପ୍ରଶ୍ନ କରିଥିଲେ । ଏହାଛଡ଼ା ନବୀନ କ’ଣ ଆମ ମୁଖ୍ୟମନ୍ତ୍ରୀ ନୁହନ୍ତି । ଆମ ଜୀବନ କ’ଣ ଏତେ ଶସ୍ତା । ତେବେ ଗଞ୍ଜାମରେ ନିୟୋଜିତ ଆମ ଡାକ୍ତରଙ୍କୁ ଫେରାଇ ନଆଣିଲେ ନିଆଁ ଜାଳିବ ବୋଲି ସେ କହିଥିଲେ ।