ସୁପ୍ରିମୋ ଚାହିଁଲେ ବାପା ଫେରିବେ: ସମ୍ବିତ

ସୁପ୍ରିମୋ ଚାହିଁଲେ ବାପା ଫେରିବେ: ସମ୍ବିତ

ସୁପ୍ରିମୋ ଚାହିଁଲେ ବାପା ଫେରିବେ: ସମ୍ବିତ
ଭୁବନେଶ୍ୱର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଆକଳନ କରିଛନ୍ତି ପୁଅ ସମ୍ବିତ ରାଉତରାୟ । ସମ୍ବିତ କହିଛନ୍ତିଯେ, ତାଙ୍କ ବାପା ବର୍ଜନୀୟ ବ୍ୟକ୍ତିବିଶେଷ ନୁହଁନ୍ତି । ମୁଁ ଅନୁମାନ କରୁଛି ବାପା ବିଜେପିକୁ ଯାଇ ଖୁସିନାହାନ୍ତି । ବାପାଙ୍କ ବିଜେଡି ଫେରିବା ପ୍ରଶ୍ନରେ ପୁଅ ସମ୍ବିତ ପ୍ରତିକ୍ରିୟା ରଖିଛନ୍ତି ଯେ ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ । ଦଳ ସୁପ୍ରିମୋ ଚାହିଁଲେ ବାପା ଫେରିପାରନ୍ତି ବୋଲି ସମ୍ବିତ କହିଛନ୍ତି । ବାପା ଜନତା ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ । ହଠାତ ବିଜେପିକୁ ଯିବାରୁ ଲୋକେ ତାଙ୍କୁ ଗ୍ରହଣ କଲେନି ବୋଲି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ପୂର୍ବରୁ ସମ୍ବିତ ନିଜ ବାପାଙ୍କ ପରାଜୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଗତ ନିର୍ବାଚନରେ ଡାକ୍ତର ରାଉତ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ । ତେବେ ସେ ପାରାଦୀପରେ ନିଜ ପୁଅକୁ ଜିତାଇବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ । ଏମିତିକି ମୋ ପୁଅ ତୁମକୁ ଲାଗିଲା ବୋଲି ନିଜ ବିଜେଡ଼ି କର୍ମୀମାନଙ୍କୁ ଦାମ କହିଥିଲେ । ବାଲିକୁଦାରେ ବି ସେ ନିଜ ପ୍ରଚାରକୁ ଜୋରଦାର କରିନଥିଲେ ।