ବିଳମ୍ବରେ ଛୁଇଁବ ମୌସୁମୀ

ବିଳମ୍ବରେ ଛୁଇଁବ ମୌସୁମୀ

ବିଳମ୍ବରେ ଛୁଇଁବ ମୌସୁମୀ
ଭୁବନେଶ୍ୱର: ମୌସୁମୀ ପହଂଚିବାରେ ପୁଣି ବିଳମ୍ବ ହେବା ଅନୁମାନ କରାଯାଉଛି । ଆସନ୍ତା ୮ରେ ମୌସୁମୀ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଓଡିଶାକୁ ମୌସୁମୀ ଆସିବା ବିଳମ୍ବ ହେବ, ଏହାର ନିର୍ଦ୍ଦିଷ୍ଟ ତାରିଖ ଆକଳନ କରାଯାଇନି । ଆଇଏମଡି ବରିଷ୍ଠ ବୌଜ୍ଞାନିକ ସେମା ସେନ ରାୟ ଏନେଇ ସୂଚନା ଦେଇଛନ୍ତି । ଓଡିଶାରେ ଯେଉଁ ବର୍ଷା ହେଉଛି ତାହା ପ୍ରାକ ମୌସୁମୀ ନୁହେଁ । ଏହା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣି ବଳୟ ଯୋଗୁଁ ବର୍ଷା ହେଉଛି । ପ୍ରକାଶ ଯେ, ପୂର୍ବରୁ ୬ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ ହୋଇଥିଲା ।