ପଦ୍ମ ଧରିଲେ ପ୍ରତ୍ୟୁଷା

ପଦ୍ମ ଧରିଲେ ପ୍ରତ୍ୟୁଷା

 ପଦ୍ମ ଧରିଲେ ପ୍ରତ୍ୟୁଷା
ଭୁବନେଶ୍ୱର:ଆଜି ବିଜେପିରେ ବିଧିବଦ୍ଧ ଯୋଗ ଦେଇଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ । ସାଧାରଣତଃ ଏଭଳି ମିଶ୍ରଣ ପର୍ବ ଦଳୀୟ କାର୍ଯ୍ୟାଳୟରେ ହୋଇଥାଏ । ତେବେ ବିଜେପି କାର୍ଯ୍ୟାଳୟ ଆଗରେ ଅମୀୟ ଦାସଙ୍କ ସମର୍ଥକମାନେ ଜୋରଦାର ଆନେ୍ଦାଳନ କରୁଥିବାବେଳେ ଫାଟକରେ ତାଲା ପକାଇ ଦେଇଛନ୍ତି । ଦୁଇଦିନ ବିତିଯାଇଥିଲେ ବି ସେମାନଙ୍କୁ ବୁଝାଇବାରେ ଦଳୀୟ ନେତାମାନେ ବିଫଳ ହୋଇଛନ୍ତି । ଯେଉଁଥିପାଇଁ କନକବର୍ଦ୍ଧନଙ୍କ ଘରେ ହିଁ ପ୍ରତୁ୍ୟଷା ଦଳରେ ମିଶିବାକୁ ବାଧ୍ୟ ହୋଇଛନ୍ତି । ଏହି ଅବକାଶରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି କାର୍ଯ୍ୟାଳୟ ଆଗରେ ଖାଲି ଅମୀୟ ଦାସଙ୍କ ସମର୍ଥକମାନେ ନୁହଁନ୍ତି ଆଳିର ବିଜେପି ନେତାମାନେ ବି ଉପସ୍ଥିତ ଅଛନ୍ତି । ଅପରପକ୍ଷରେ ସୁବାସ ଚୌହ୍ୱାନଙ୍କୁ ଟିକେଟ ନମିଳିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଛି ।