କଂଗ୍ରେସର ଚେତାବନି, ଏସସି ଏସଟି ଓ ଓବିସି ସଂରକ୍ଷଣକୁ ନେଇ କରିବ ଆନେ୍ଦାଳନ
କଂଗ୍ରେସର ଚେତାବନି, ଏସସି ଏସଟି ଓ ଓବିସି ସଂରକ୍ଷଣକୁ ନେଇ କରିବ ଆନେ୍ଦାଳନ
admin
Feb 13, 2020 - 06:20
Updated: Feb 13, 2020 - 06:20
ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାନଙ୍କ ସମେତ ଓବିସି ବର୍ଗଙ୍କ ପାଇଁ ଲଢେ଼ଇ କରିବ କଂଗ୍ରେସ । ମୋଦି ସରକାର ଏହି ତିନି ବର୍ଗର ସଂରକ୍ଷଣକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ କଂଗ୍ରେସ ଏନେଇ ସାରା ଦେଶରେ ଆନେ୍ଦାଳନ କରିବାକୁ ଯୋଜନା କରିଛି । ଏସଂକ୍ରାନ୍ତରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶରେ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି ।
ଏନେଇ ଏଆଇସିସି ପକ୍ଷରୁ ସମସ୍ତ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ଓ ବରିଷ୍ଠ ନେତାମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏଆଇସିସି ପକ୍ଷରୁ କୁହାଯାଇଛିଯେ, ବିଜେପି ଓ ସଂଘ ପରିବାର ଏସି, ଏସଟି ଓ ଓବିସ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ । ସେମାନେ ଏହାକୁ ବିରୋଧ କରୁଛନ୍ତି । ଗତ କିଛି ବର୍ଷ ଧରି ବିଜେପି ନେତାମାନେ ସଂରକ୍ଷଣକୁ ବିରୋଧ କରି ବିବୃତି ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ସୁପି୍ରମକୋର୍ଟରେ ସଂରକ୍ଷଣ ଦେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି । ବିଜେପିର ଏଭଳି ଅସାମ୍ବିଧାନିକ କାର୍ଯ୍ୟକୁ ବିରୋଧ କରିବା ସହ ବିଜେପିର ଗୁପ୍ତ ଆଭିମୁଖ୍ୟର ପର୍ଦ୍ଧାଫାଶ ପାଇଁ କଂଗ୍ରେସ ଦେଶରେ ଆନେ୍ଦାଳନ କରିବ ।
ଏଥିପାଇଁ କଂଗ୍ରେସର ଏସସି, ଏସଟି ଓ ଓବିସି ସେଲ ପକ୍ଷରୁ ଧାରଣା ଓ ଜନସଭା ସହ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଏଆଇସିସି ଆହ୍ୱାନ ଦେଇଛି । ପିସିସିର ନୀରିକ୍ଷଣରେ ଏଭଳି ପ୍ରତିବାଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆସନ୍ତା ୧୬ ପୂର୍ବରୁ ରାଜ୍ୟବ୍ୟାପୀ ଏଭଳି କାର୍ଯ୍ୟକ୍ରମ କରିବା ସହ ବରିଷ୍ଠ ନେତା, ପୂର୍ବତନ ସାଂସଦ, ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ସାମିଲ କରିବାକୁ କୁହାଯାଇଛି । ସେହିପରି ଆଗାମୀ ଦିନରେ ବ୍ଲକ ଓ ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଏଆଇସିସି ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।