ଆଜମଙ୍କ ପୁଅକୁ ଅଟକ ରଖିବା ଘଟଣା ସପାକର୍ମୀଙ୍କ ଜୋରଦାର ବିକ୍ଷୋଭ

ଆଜମଙ୍କ ପୁଅକୁ ଅଟକ ରଖିବା ଘଟଣା ସପାକର୍ମୀଙ୍କ ଜୋରଦାର ବିକ୍ଷୋଭ

ଆଜମଙ୍କ  ପୁଅକୁ ଅଟକ ରଖିବା ଘଟଣା ସପାକର୍ମୀଙ୍କ ଜୋରଦାର ବିକ୍ଷୋଭ
ରାମପୁର: ସମାଜବାଦୀ ପାର୍ଟି (ସପା) ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ୍ ଖାନଙ୍କୁ ପୁଲିସ ଅଟକ ରଖିବା ଘଟଣାକୁ କେନ୍ଦ୍ର କରି ସପା ନେତାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପୁଲିସ ଜୋହର ୟୁନିଭର୍ସିଟିରେ ଚଢ଼ାଉ କରିବା ସମୟରେ ଅବଦୁଲ୍ଲା ପୁଲିସ କାର୍ଯ୍ୟରେ ବାଧା ଉପୁଜାଇଥିବା ଅଭିଯୋଗରେ ତାଙ୍କୁ ରାମପୁର ପୋଲିସ ନିଜ ହେପାଜତକୁ ନେଇଯାଇଥିଲା । କିଛି ସମୟ ପଚରାଉଚୁରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲେ ମଧ୍ୟ ଅକାରଣରେ ପୁଲିସ ତାଙ୍କୁ ଅଠକ ରଖିଥିବା ଅବଦୁଲ୍ଲାଙ୍କ ସହଯୋଗୀମାନେ ଅଭିଯୋଗ କରିଛନ୍ତି । ଏହାକୁ କେନ୍ଦ୍ର କରି ସପା କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାମପୁରରେ ଧାରା ୧୪୪ ଲାଗୁ କରାଯାଇଛି । ଆନ୍ଦୋଳନରେ ଯୋଗ ଦେବା ପାଇଁ ବିଭିନ୍ନ ଜିଲ୍ଲାରୁ ସପା କର୍ମୀମାନେ ଆସୁଥିବା ଖବର ପାଇ ରାମପୁର ସୀମା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ପୁଲିସ କର୍ମୀ ମୁତୟନ କରାଯାଇଛି । ଆନ୍ଦୋଳନରେ ସାମିଲ ହେବାକୁ ଆସୁଥିବା ୨୦ରୁ ଅଧିକ ସପା ନେତା ଏବଂ ବିଧାୟକଙ୍କୁ ପୁଲିସ ଅଟକ ରଖିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜମ୍ଙ୍କ ଘରର ସୁରକ୍ଷା ବଢ଼ାଇ ଦିଆଯାଇଛି । ୮୦୦ ରୁ ଊଦ୍ଧ୍ୱର୍ ପୁଲିସ କର୍ମୀଙ୍କୁ ରାମପୁରର ଭିନ୍ନ ଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଆଜମ୍ ଖାନ୍ନା ପ୍ରତିଷ୍ଠା କରିଥିବା ଜୋହର ୟୁନିଭର୍ସିଟିରେ ଅନେକ ସଂଖ୍ୟାରେ ଚୋରି ପୁସ୍ତକ ଥିବା ଖବର ପାଇ ପୁଲିସ ୟୁନିଭର୍ସିଟି ଉପରେ ଚଢ଼ାଉ କରିଥିଲା । ଚଢ଼ାଉକୁ ବିରୋଧ କରି ଅବଦୁଲ୍ଲା ତାଙ୍କର ସହଯୋଗୀମାନଙ୍କ ସହ ମିଶି ପୁଲିସ କାର୍ଯ୍ୟରେ ବାଧା ଉପୁଜାଇଥିଲେ ।