ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ କଟାକ୍ଷ

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ କଟାକ୍ଷ

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ କଟାକ୍ଷ
ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି । ଏକ ଟୁଇଟ କରି ରାହୁଲ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମହାଶୟ, ଅର୍ଥନୈତିକ ଲକ୍ଷ୍ୟଚ୍ୟୁତ ହୋଇଛି ଓ ଟନେଲର ଶେଷ ପାଶ୍ୱର୍ରେ କୌଣସି ଆଲୋକ ଦେଖାଯାଉନାହିଁ । ଯଦି ଆପଣଙ୍କ ଅପାରଗ ଅର୍ଥମନ୍ତ୍ରୀ ଆପଣଙ୍କୁ କହୁଛନ୍ତି ଯେ ଆଲୋକ ଅଛି, ତେବେ ମୋତେ ବିଶ୍ୱାସ କରନ୍ତୁ ତାହା ହେଉଛି ମାନ୍ଦାବସ୍ଥାର ଟ୍ରେନ ଯାହା ଦ୍ରୁତ ଗତିରେ ମାଡ଼ି ଆସୁଛି ।’ ଦେଶର ଆଠଟି ପ୍ରମୁଖ କ୍ଷେତ୍ରରେ ଅଭିବୃଦ୍ଧି ହାର ଜୁନରେ ୦.୨%କୁ ହ୍ରାସ ପାଇବା ପରେ ରାହୁଲ ଏଭଳି କଟାକ୍ଷ କରିଛନ୍ତି । ଜୁନରେ ଅଶୋଧିତ ତୈଳ, ସିମେଣ୍ଟ ବିଶୋଧିତ ସାମଗ୍ରୀ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ହାର ହ୍ରାସ ପାଇଛି । ଗତ ବୁଧବାର ରାହୁଲ ଦାବି କରିଥିଲେ ଯେ ଜିଏସ୍ଟି ଓ ବିମୁଦ୍ରୀକରଣ ଲାଗୁ କରିବାରେ ସରକାରଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଅର୍ଥନୀତିର ଦୁର୍ଗତି ହୋଇଛି ।