ମହଙ୍ଗା ପଡ଼ିଲା ଜେଟିପିଙ୍କୁ ମାଡ଼ : ବଡ଼ ବାଡ଼ଗ୍ରାହୀଙ୍କ ପୁଅ ଗିରଫ୍

ମହଙ୍ଗା ପଡ଼ିଲା ଜେଟିପିଙ୍କୁ ମାଡ଼ : ବଡ଼ ବାଡ଼ଗ୍ରାହୀଙ୍କ ପୁଅ ଗିରଫ୍

ମହଙ୍ଗା ପଡ଼ିଲା ଜେଟିପିଙ୍କୁ ମାଡ଼ : ବଡ଼ ବାଡ଼ଗ୍ରାହୀଙ୍କ ପୁଅ ଗିରଫ୍
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଦର୍ଶନ ବେଳେ ଡ୍ୟୁଟିରେ ଥିବା ଜଣେ ଜଗନ୍ନାଥ ମନ୍ଦିର ପୁଲିସ କର୍ମଚାରୀ (ଜେଟିପି)ଙ୍କୁ ମାଡ଼ ମାରିବା ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ରଙ୍କ ପୁଅ ବାବୁନି ଓରଫ ଜଗଦୀଶ ଦାସ ମହାପାତ୍ର (୩୩)ଙ୍କୁ ଭାରି ପଡ଼ିଛି । ଜୀବନରୁ ମାରିଦେବାକୁ ଧମକ, ସର୍ବସାଧାରଣରେ ମାଡ଼ ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଆଦି ଦଫାରେ କୁମ୍ଭାରପଡ଼ା ଥାନା ପୁଲିସ ଆଜି ଜଗଦୀଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ପ୍ରାୟ ମାସକ ପରେ ଜଗଦୀଶ ଗିରଫ ହୋଇଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି । ଜୁଲାଇ ୮ ତାରିଖରେ ହେରାପଞ୍ଚମୀ ଦିନ ଘଟିଥିଲା ଏହି ଘଟଣା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଦର୍ଶନ ଚାଲିଥିବା ବେଳେ କାର୍ଯ୍ୟରତ ଜେଟିପି ସୁଦର୍ଶନଙ୍କ ସହ ଭିଡ଼ ଶୃଙ୍ଖଳାକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଜଗଦୀଶ ସେଠାରୁ ସୁଦର୍ଶନଙ୍କୁ ଚାପୁଡ଼ା ମାରିଥିଲେ ।