ଦେଶରେ ଥିବା ସମସ୍ତ ବାମପନ୍ଥୀ ଦଳକୁ ଏକାଠି କରାଯିବ - ଜନାର୍ଦ୍ଦନ ପତି

ଦେଶରେ ଥିବା ସମସ୍ତ ବାମପନ୍ଥୀ ଦଳକୁ ଏକାଠି କରାଯିବ - ଜନାର୍ଦ୍ଦନ ପତି

ଦେଶରେ ଥିବା ସମସ୍ତ ବାମପନ୍ଥୀ ଦଳକୁ ଏକାଠି କରାଯିବ - ଜନାର୍ଦ୍ଦନ ପତି
ଭୁବନେଶ୍ୱର : ଚଳିତ ୨୦୧୯ରେ ଦେଶରେ ହେଉଥିବା ସାଧାରଣ ନିର୍ବାଚନରେ ସର୍ବାଧିକ ଘଟଣା ଘଟିବାକୁ ଯାଉଛି । ଦେଶରେ ସାମ୍ବିଧାନିକ ଗଣତନ୍ତ୍ର ବ୍ୟବସ୍ଥା ରହିବ ନା ଏକଛତ୍ରବାଦ ଶାସନ ଚାଲିବ ତାହା ଏହି ନିର୍ବାଚନରୁ ସ୍ପଷ୍ଟ ହୋଇଯିବ ବୋଲି ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ସିପିଏମ ପ୍ରାର୍ଥୀ ଜନର୍ଦ୍ଦନ ପତି ପ୍ରକାଶ କରିଛନ୍ତି । ଓଡ଼ିଶାରେ ବିଜେପି-ବିଜେଡ଼ି ଭିତରେ ଅଘୋଷିତ ଏକ ବୁଝାମୁଣା ହୋଇଛି ଏବଂ ଉଭୟ ଦଳର ଘୋଷିତ ଓ ଅଘୋଷିତ ମିତ୍ରଗୋଷ୍ଠୀଙ୍କୁ ପରାସ୍ତ କରିବାକୁ ପଡ଼ିବ । ଏଥିପାଇଁ ଦେଶରେ ଥିବା ସମସ୍ତ ବାମପନ୍ଥୀ ଦଳକୁ ଏକାଠି କରାଯିବ । ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେପି-ବିଜେଡ଼ି ସରକାର ମିଥ୍ୟା ଓ ସତ୍ୟର ଆଶ୍ରୟ ନେଇଥିଲା ବେଳେ ପ୍ରଚାରଧର୍ମୀ ହୋଇଛନ୍ତି । ଦେଶରେ ବେକାରୀ ସଂଖ୍ୟା, ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଥିଲା ବେଳେ କଳା ଟଙ୍କା ଫେରିଲା ନାହିଁ । ନିର୍ବାଚନ ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ । ମୁସଲମାନ, ଖ୍ରୀଷ୍ଟ୍ରିଆନ ମହିଳାଙ୍କ ଉପରେ ବହୁ ଅଣଦେଖା କରାଯାଉଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଘୋଷଣା କରାଯାଇଥିଲା ବେଳେ ଟେଲିଫୋନ ଠିକ୍ ଭାବେ କାମ କରୁନାହିଁ, ଗାଇ, ଗୋରୁ, କୁକୁରମାନେ ରାସ୍ତାରେ ଖୁଲୁମ୍ ଖୋଲା ବୁଲୁଛନ୍ତି, ପାଣି ନାହିଁ, ଦାରିଦ୍ର‌୍ୟ ବଢ଼ି ବଢ଼ି ଚାଲିଛି ବୋଲି ଅଭିଯୋଗ କରିଥିଲେ । ତେଣୁ ଧର୍ମନିରପେକ୍ଷ କୁ ଭୋଟ ଦେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।