ଆଜିଠୁଁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଆଜିଠୁଁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଆଜିଠୁଁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର: ସୋମବାରଠାରୁ ପ୍ରଥମ ପର୍ୟ୍ୟାୟ ଯୁକ୍ତ୨ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଦୁଇଟି ପର୍ୟ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ୟ୍ୟାୟ ଏପ୍ରିଲ ୮ରୁ ୨୨ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ୟ୍ୟାୟ ୨୩ରୁ ମେ ୨ ପର୍ୟ୍ୟନ୍ତ ଚାଲିବ। ରାଜ୍ୟରେ ପ୍ରାୟ ୯ହଜାର ଅଧ୍ୟାପିକା, ଅଧ୍ୟାପକ ଖାତାଦେଖାରେ ନିୟୋଜିତ ହୋଇଛନ୍ତି। କଳା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପ୍ରାୟ ୧୨ହଜାର ଅଧ୍ୟାପିକା, ଅଧ୍ୟାପକ ନିଯୁକ୍ତ ହୋଇଥିବା ବେଳେ ବିଜ୍ଞାନରେ ୩୫୦୦ ଏବଂ ବାଣିଜ୍ୟରେ ପ୍ରାୟ ୧ ହଜାର ନିଯୁକ୍ତ ହୋଇଛନ୍ତି। ତେବେ ପ୍ରଥମ ପର୍ୟ୍ୟାୟରେ ଯେଉଁ ଯେଉଁ ସ୍ଥାନରେ ସାଧାରଣ ନିର୍ବାଚନ ରହିଛି, ସେ ସବୁ ସ୍ଥାନରେ ୪ ଦିନ ଖାତାଦେଖା ବନ୍ଦ ରହିବ। ସେଠାରେ ଏପ୍ରିଲ ୯ରୁ ୧୨ ପର୍ୟ୍ୟନ୍ତ ଖାତାଦେଖା ହେବ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୫୮ଟି ଅଫ୍ଲାଇନ୍ ଓ ୩୬ଟି ଅନ୍ଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି। ମେ ତୃତୀୟ ସପ୍ତାହରେ ବିଜ୍ଞାନ ଏବଂ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା ରଖିଛି। ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୭ରୁ ପରୀକ୍ଷା ଆରମ୍ଭ ହୋଇ ୩୦ରେ ଶେଷ ହୋଇଥିଲା। ୧୦୯୩ ଜୁନିୟର କଲେଜର ୩,୬୯,୫୩୭ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେଇଛନ୍ତି।