ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା
ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ ରୁ ୨୨ ଓ ଦ୍ୱିତୀୟ ପର୍ଯ୍ୟୟରେ ଏପ୍ରିଲ ୨୩ରୁ ଖାତା ଦେଖା ଦେବ ।ଆଜିଠାରୁ ପ୍ରଥମ ପର୍ୟ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ପ୍ରଥମ ପର୍ୟ୍ୟାୟ ଖାତା ଦେଖା ଏପ୍ରିଲ ୧୮ ତାରିଖ ଯାଏ ଚାଲିବ। ଦ୍ୱିତୀୟ ପର୍ୟ୍ୟାୟ ମୂଲ୍ୟାଙ୍କନ ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୨ ତାରିଖ ଯାଏ ଚାଲିବ। ସୂଚନା ଯୋଗ୍ୟ, ଏଥର ୫୮ଟି ମାନୁଆଲ ଓ ୩୬ଇ-ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେବ। ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗା ଯାଇଛି। ମେ’ ମାସରେ ବିଜ୍ଞାନ ଓ ଜୁନ ମାସରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।