ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି
ଭୁବନେଶ୍ୱର: ଗତ ୨/୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ମାଟି ଘର ଭାଙ୍ଗି ଯାଇଛିତ କେଉଁଠି ଧାନ ବିଲରେ ଆଣ୍ଠୁଏ ପାଣି ଜମି ରହହିଛି । ତେବେ ବର୍ଷା ଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ଉକ୍ତ ଚିଠିରେ ଶ୍ରୀ ଜେନା ବାସଗୃହ ଓ ଫସଲ କ୍ଷୟକ୍ଷତି ନେଇ ଆକଳନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୪ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ଶେଷ କରିବାକୁ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ସାମାନ୍ୟ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଦେବାକୁ ଏସଆରସି ଶ୍ରୀ ଜେନା କହିଛନ୍ତି । ଏପରିକି ଅନୁଦାନକୁ ଅପେକ୍ଷା ନକରି ସହାୟତା ଦେବାକୁ ଶ୍ରୀ ଜେନା କହିଛନ୍ତି ।