ଆବାସ ଯୋଜନା ପାଇଁ କଲ ସେଣ୍ଟର

ଆବାସ ଯୋଜନା ପାଇଁ କଲ ସେଣ୍ଟର

ଆବାସ ଯୋଜନା ପାଇଁ କଲ ସେଣ୍ଟର
ଭୁବନେଶ୍ୱର: ଏଣିକି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ହେବ କଲ ସେଣ୍ଟର । ପ୍ରତି ଜିଲ୍ଲାରେ କଲ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ନିଦେ୍ର୍ଧଶକଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ସବୁ ଜିଲ୍ଲାର ପିଡି ଡିଆରଡିଏମାନଙ୍କୁ ବିଭାଗୀୟ ନିଦେ୍ର୍ଧଶକଙ୍କ ପକ୍ଷରୁ ଚିଠି ପ୍ରଦାନ କରାଯାଇଛି । ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବାକୁ ଏହି କଲ ସେଣ୍ଟର କରାଯାଉଛି । ଦୈନିକ କଲ ସେଣ୍ଟରରୁ ହିତାଧିକାରୀଙ୍କ ନିକଟରୁ ଟେଲିଫୋନ ଯିବ । କେହି ହଇରାଣ କରୁଛି କି, କେହି ଟଙ୍କା ମାଗୁଛି କି ବୋଲି କର୍ମଚାରୀମାନେ ପଚାରିବେ । ଦୈନିକ ଅତି କମରେ ୫୦ଟି ଟେଲିଫୋନ କଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।