ବିଜୁଳି ଚୋରି ରୋକିବ ସ୍ମାର୍ଟ ମିଟର
ବିଜୁଳି ଚୋରି ରୋକିବ ସ୍ମାର୍ଟ ମିଟର
admin
Aug 19, 2019 - 09:32
Updated: Aug 19, 2019 - 09:32
ଭୁବନେଶ୍ୱର: ଏଣିକି ବିଦୁ୍ୟତ ଚୋରି କରୁଥିବା ଲୋକଙ୍କୁ ସାବଧାନ ହେବାକୁ ପଡ଼ିବ । ନହେଲେ ଧରାପଡ଼ିବେ । ସେମାନଙ୍କ ପାଇଁ ଏବେ ସତର୍କ ଘଣ୍ଟି । କାରଣ ବିଦୁ୍ୟତ ଚୋରି ରୋକିବାକୁ ଓଡ଼ିଶା ସରକାର ଏକ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି । ବିଦୁ୍ୟତ ଚୋରି ରୋକିବାକୁ ଏଣିକି ପ୍ରିପେଡ ଓ ସ୍ମାର୍ଟ ମିଟଲ ଲଗାଯିବ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ପ୍ରିପେଡ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପଭାବେ ଲାଗୁ ହେବ । ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ ମିଟର ଲଗାଯିବ । ଉକ୍ତ ମିଟରରେ ଡିଜିଟାଲ କାର୍ଡ ରହିବ । ଉପଭୋକ୍ତାମାନେ ଏହାକୁ ରିଚାର୍ଜ କରିବେ । ଆଗୁଆ ପଇସା ପକାଇ ରିଚାର୍ଜ କରି ଉପଭୋକ୍ତାମାନେ ବିଦୁ୍ୟତ ବ୍ୟବହାର କରିବେ ।
ସେହିପରି ରାଉକେଲାରେ ପ୍ରଥମେ ସ୍ମାର୍ଟ ମିଟର ଆରମ୍ଭ କରାଯିବ । ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରିନହେବ ସେ ନେଇ ଉକ୍ତ ମିଟରରେ ବ୍ୟବସ୍ଥା ରହିବ । କେହି କିଛି ଗଫଲତି କଲେ ସ୍ୱୟଂକ୍ରିୟଭାବେ ଜଣାପଡ଼ିବ । ଏମିତିକି ବିଲ ପେମେଣ୍ଟ ନକଲେ ବିଦୁ୍ୟତ ବିଚ୍ଛିନ୍ନ କରିଦିଆଯାଇପାରିବ ।
ଏହି ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ଅନ୍ୟ ସହରରେ ଏହାକୁ ଲାଗୁ କରାଯିବ । ତେବେ ମିଟର ପାଇଁ ଉପଭୋକ୍ତାମାନଙ୍କୁ କିଛି ପଇଠ କରିବାକୁ ପଡ଼ିବ ନାହିଁ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।