ମେସିନରେ ଚାପି ହୋଇ ଶ୍ରମିକ ମୃତ

ମେସିନରେ ଚାପି ହୋଇ ଶ୍ରମିକ ମୃତ

ମେସିନରେ ଚାପି ହୋଇ ଶ୍ରମିକ ମୃତ
ସୋର : ବାଲେଶ୍ବର ଜିଲା ସୋର ରାସ୍ତାରେ କାମ ଚାଲିଥିବା ବେଳେ ମେସିନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ହେଉଛନ୍ତି ଅନନ୍ତପୁର ଫାଣ୍ଡି ଗ୍ରାମର ଶଶିକାନ୍ତ ସାହୁ। ସେ ଅସାବଧାନତାରୁ ଚଳନ୍ତା ମିକ୍ଚର ମେସିନରେ ତେଲ ଭରୁଥିଲେ। ସେହି ସମୟରେ ମେସିନଟି ତଳକୁ ଖସି ପଡିବାରୁ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା ।