ରାଜ୍ୟ ମହିଳା କମିସନର ୪ ନୂଆ ସଦସ୍ୟା ନିଯୁକ୍ତ

ରାଜ୍ୟ ମହିଳା କମିସନର ୪ ନୂଆ ସଦସ୍ୟା ନିଯୁକ୍ତ

ରାଜ୍ୟ ମହିଳା କମିସନର ୪ ନୂଆ ସଦସ୍ୟା ନିଯୁକ୍ତ
ଭୁବନେଶ୍ୱର : ରାଜ୍ୟ ମହିଳା କମିସନରେ ୪ ଜଣ ନୂତନ ସଦସ୍ୟାଙ୍କୁ ନିଯୁକ୍ତି ମିଳିଛି । ନୂତନ ସଦସ୍ୟା ଭାବେ ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, ଆରତି ସିଂହ ଓ ଜଲିନା ପ୍ରିୟଦର୍ଶିନୀଙ୍କ ନିଯୁକ୍ତି ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ବିଜ୍ଞପ୍ତି ଜାରି କରିଛି । କାର୍ଯ୍ୟରେ ଯାଗଦେବା ଦିନଠାରୁ ନୂତନ ସଦସ୍ୟାମାନଙ୍କ କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବାଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।