କ୍ଲାସରେ ପଶି ପିଟିଲେ ଅଣଛାତ୍ର

କ୍ଲାସରେ ପଶି ପିଟିଲେ ଅଣଛାତ୍ର

କ୍ଲାସରେ ପଶି ପିଟିଲେ ଅଣଛାତ୍ର
ସୋର: ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଉପେନ୍ଦ୍ରନାଥ କଲେଜରେ ଅଣଛାତ୍ରଙ୍କ ଉପôାତ ଦେଖିବାକୁ ମିଳିଛି । କ୍ଲାସରୁମରେ ପଶି ୩ ଜଣ ଛାତ୍ରଙ୍କୁ ୪/୫ଜଣ ଅଣଛାତ୍ର ଆକ୍ରମଣ କରିଛନ୍ତି । ଏଥିରେ ଗୁରୁତର ଆହତ ୩ ଜଣ ଛାତ୍ରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନଥିବାବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି । ତେବେ ଘଟଣା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପ୍ରିନ୍ସପାଲ କଲେଜକୁ ସସପେଣ୍ଡ କରିଦେଇଥିବା ଜଣାଯାଇଛି ।