କଂଗ୍ରେସ ଓ ବିଜେପିର ‘କାଳିଆ’ ଟାର୍ଗେଟ

କଂଗ୍ରେସ ଓ ବିଜେପିର ‘କାଳିଆ’ ଟାର୍ଗେଟ

କଂଗ୍ରେସ ଓ ବିଜେପିର ‘କାଳିଆ’ ଟାର୍ଗେଟ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ଘୋଷଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ, କାଳିଆ ଯୋଜନା ଓ କାଳିଆ ଟଙ୍କା ବିଜେଡିର ଏକ ନିର୍ବାଚନୀ ପ୍ରତିଶ୍ରୁତି । ନିର୍ବାଚନବେଳେ ରାଜ୍ୟ ସରକାର କହିଥିଲେ ଯେ, ସରକାର ଗଢିବାର ପ୍ରଥମ ଦିନରେ ହିଁ କାଳିଆ ଟଙ୍କା ମିଳିବ । ତେବେ କେତେ ଜଣ ଚାଷୀଙ୍କୁ ସରକାର ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଭୋଟ ପାଇଁ ‘କାଳିଆ’ ମିଛ ବାହାନା ଥିଲା ବୋଲି ଜୟଦେବ ଜେନା କହିଛନ୍ତି । ସେହିପରି ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ କାଳିଆ ନେଇ ସମାଲୋଚନା କରିଛି । ବିଜେପି ନେତା ତଥା ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ୭୫ ଲକ୍ଷ ଚାଷୀଙ୍କୁ କାଳିଆରେ ସାମିଲ କରିଥିଲେ । ୫୧ ଲକ୍ଷ ଚାଷୀ ଟଙ୍କା ପାଇଲେ, ଆଉ ୨୪ ଲକ୍ଷ କେବେ ପାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ପିଏମ କିଷାନ ପାଇଁ ୨୨ ଲକ୍ଷ ଚାଷୀଙ୍କ ନାଁ ଦେଲେ, ବାକି ତାଲିକା କେବେ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକଙ୍କ ମୋବାଇଲକୁ ମେସେଜ ଆସିଲା, କିନ୍ତୁ ଟଙ୍କା ଆସିଲା ନାହିଁ । ସେମାନଙ୍କୁ କାଳିଆ ଟଙ୍କା କେବେ ମିଳିବ ସରକାର ସ୍ପଷ୍ଟ କରନ୍ତୁ । କେତେ ଚାଷୀ ତାଲିକାଭୁକ୍ତ ହୋଇଥିଲେ, କେତେ ସହାୟତା ପାଇଲେ , ଆଉ କେତେ ଚାଷୀ ଟଙ୍କା ପାଇବେ ସେନେଇ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।