୧୨ ହଜାର କୋଟି କ୍ଷତି: ଏସଆରସି

୧୨ ହଜାର କୋଟି କ୍ଷତି: ଏସଆରସି

୧୨ ହଜାର କୋଟି କ୍ଷତି: ଏସଆରସି
ଭୁବନେଶ୍ୱର: କେନ୍ଦ୍ରୀୟ ଟିମ୍ ସହ ବୈଠକ ପରେ ଏସଆରସି ସୂଚନା ଦେଇଛନ୍ତି । ପ୍ରଳୟଙ୍କାରୀ ବାତ୍ୟା ଫନିରେ ୧୨ ହଜାର କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ୧୨ ହଜାର କୋଟି କ୍ଷତି ହୋଇଥିବା ସୂଚନା ମିଳିଛି । ୧୫କୁ ଘର ଘର ବୁଲି ସର୍ଭେ କରାଯିବ, ତେବେ କ୍ଷତିର ପରିମାଣ ମଧ୍ୟ ବଢ଼ିପାରେ ବୋଲି କୁହାଯାଉଛି । ଚଳିତ ମାସ ଶେଷ ସୁଦ୍ଧା ପୂର୍ଣ୍ଣ କ୍ଷୟ କ୍ଷତି ନେଇ ଦାବିପତ୍ର ଦିଆଯିବ ବୋଲି ଏସଆରସି କହିଛନ୍ତି । ଜିଲ୍ଲାପାଳ ମାନେ ବାତ୍ୟା ମୁକାବିଲା କ୍ଷେତ୍ରରେ ଭଲ କାମ କରିଛନ୍ତି । କୁକୁଡା କ୍ଷୟ କ୍ଷତି ବାବଦରେ ଅର୍ଥ ରାଶି ବଢ଼ାଇବାକୁ ମଧ୍ୟ କୁହାଯାଇଛି ।