୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ
ଭୁବନେଶ୍ୱର: ଆସନ୍ତା ୧୩ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ । ଏହା ୩୦ଟି କାର୍ଯ୍ୟଦିବସ ଯାଏଁ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ ସୂଚନା ଦେଇଛନ୍ତି । ବିଧାନସଭାର ଶୀତକାଳୀନ ଅଧିବେଶନ ୧୩ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ଯାଏଁ ଚାଲିବ । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ୨୦୧୯-୨୦ ପାଇଁ ଅତିରିକ୍ତ ବଜେଟ ଆଗତ କରାଯିବ । ଏହା ଉପରେ ୩ଦିନ ଧରି ଆଲୋଚନା ହେବ । ବିଧାନସଭାର ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିବ । ସେଥିରେ ୨୧ଟି ସରକାରୀ ଓ ୫ଟି ବେସରକାରୀ କାର୍ୟ୍ୟଦିବସ ରହିବ । ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗର ଆବଶ୍ୟକତା ରହିଛି । ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ ସୂଚନା ଦେଇଛନ୍ତି ।