ଅନୁଗୁଳ: ୩ ପୌରାଞ୍ଚଳ ଦଖଲ ଲକ୍ଷ୍ୟରେ ବିଜେଡି, ବିଜେପି

ଅନୁଗୁଳ: ୩ ପୌରାଞ୍ଚଳ ଦଖଲ ଲକ୍ଷ୍ୟରେ ବିଜେଡି, ବିଜେପି

ଅନୁଗୁଳ: ୩ ପୌରାଞ୍ଚଳ ଦଖଲ ଲକ୍ଷ୍ୟରେ ବିଜେଡି, ବିଜେପି
ଅନୁଗୁଳ : ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ପୌର ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅନୁଗୁଳ ଜିଲ୍ଲା ଯଦିଓ ୫ଟି ବିଧାନସଭା କ୍ଷେତ୍ରରେ ବିଜେଡିକୁ ଜିତେଇ ଆସୁଛି, ପୌର ନିର୍ବାଚନରେ କିନ୍ତୁ ସେଭଳି ଘଟୁ ନାହିଁ । ଜିଲ୍ଲାର ତିନିଟି ପୌରାଞ୍ଚଳ ମଧ୍ୟରୁ ତାଳଚେରକୁ ଛାଡି ଦେଲେ ଅନୁଗୁଳ ପୌର ପରିଷଦ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ କଂଗ୍ରେସର ରାଜୁତି ଚାଲିଆସିଛି । ବିଜେପି ଓ ବିଜେଡି ଏହି ଦୁଇ ପୌରାଞ୍ଚଳ ଦଖଲ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ ଗଡ଼ ରକ୍ଷା ନିମନ୍ତେ ପ୍ରୟାସ କରୁଛି । ତେବେ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଏଥର କଂଗ୍ରେସ ଏହି ଦୁଇ ପୌର ସଂସ୍ଥା ଦଖଲ କରିବା ସେତେଟା ସହଜ ହେବ ନାହିଁ । ଏହା ବାଦ ଏଥୀ ନଗରପାଳ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଥିବାରୁ ଦଳୀୟ ଚିହ୍ନ ସାଙ୍ଗକୁ ପ୍ରାର୍ଥୀଙ୍କର ବ୍ୟକ୍ତିିତ୍ୱ ଉପରେ ଅନେକ କିଛି ନିର୍ଭର କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଗତ ୪ଟି ପୌର ନିର୍ବାଚନରେ ଅନୁଗୁଳ ପୌର ପରିଷଦ କଂଗ୍ରେସ କବଜାରେ ରହି ଆସିଛି ହେଲେ ଚଳିତ ବିଧାନସଭା ନିର୍ବାଚନରେ ଏହି ପୌରାଞ୍ଚଳରେ କଂଗ୍ରେସ ସ୍ଥିତି ଦୋହଲି ଯାଇଛି । ପୂର୍ବ ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ବେଶୀ ଭୋଟ ଟାଣୁଥିବା ବେଳେ ଏଥର କିନ୍ତୁ ବିଜେପି ଅଧିକ ଭୋଟ ହାତେଇଛି । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ/ପୌର ପରିଷଦର ଅଧ୍ୟକ୍ଷ/ନଗରପାଳ) ପଦ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା । ସେତେବେଳେ ଜନତା ଦଳର ପ୍ରାର୍ଥୀ ଶକ୍ତି ପଟ୍ଟନାୟକ ଅନୁଗୁଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ର ନଗରପାଳ ନିର୍ବାଚିତ ହୋଇଥିଲେ । ବିଧାନସଭା ନିର୍ବାଚନରେ ୨୦୦୯ ରେ ଅନୁଗୁଳ ପୌରାଞ୍ଚଳରେ କଂଗ୍ରେସ ଠାରୁ ବିଜେଡି ପ୍ରାୟ ୧୮୦୦ ଓ ୨୦୧୪ରେ ୨୨୦୦ ଭୋଟ ଅଧିକ ପାଇଥିଲା । ୨୦୧୯ ରେ ବିଧାନସଭା ନିର୍ବାଚନରେ ବିଜେଡି ଠାରୁ ଅଧିକ ଭୋଟ ଟାଣିଛି ବିଜେପି । ଏଥର କଂଗ୍ରେସ ସ୍ଥିତି ଦୋହଲି ଯାଇଛି । ଆଠମଲ୍ଲିକ ଏନଏସି ଗତ ୧୯୯୬ ମସିହାରେ ୧୧ଟି ୱାର୍ଡକୁ ନେଇ ଗଠିତ ହୋଇଛି । ବରିଷ୍ଠ ବିଜେଡି ନେତା ସଂଜୀବ ସାହୁ ଗତ ୨ଟି ବିଧାନଭା ନିର୍ବାଚନରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ଜିତିଥିବା ବେଳେ ତାଙ୍କ ସମୟରେ ହୋଇଥିବା ୨ଟି ଯାକ ପୌର ନିର୍ବାଚନରେ ବିଜେଡି ଏଠାରୁ ହାରିଛି । ଏଠାରେ ୧୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ରାଜୁତି କରିଛି । ଏକକ ସଂଖ୍ୟା ଗରିଷ୍ଠତା ଥାଇ କଂଗ୍ରେସ ଏହି ଏନଏସିରେ ଶାସନ କରୁଥିବା ବେଳେ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଗତ ଥର କଂଗ୍ରେସ ନେତାଙ୍କ ମଧ୍ୟରେ କ୍ଷମତା ଅକ୍ତିଆର ପାଇଁ ଟଣାଓଟରା ୫ ବର୍ଷିୟା କାର୍ଯ୍ୟକାଳ ଶେଷ ହୋଇଛି । ଏହାକୁ ନେଇ କଂଗ୍ରେସ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିଜେପି ଓ ବିଜେଡି ପାଇଁ ଏଥର ଏକ ସୁଯୋଗ ସୃଷ୍ଟି କରିଛି । ପୌର ନିର୍ବାଚନରେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଜଣାପଡ଼ିଛି । ତାଳଚେର ପୌର ପରିଷଦ ଅକ୍ତିଆର କରିବା ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ମୋଟ ୨୧ଟି ୱାର୍ଡକୁ ନେଇ ଗଠିତ ତାଳଚେର ପୌର ପରିଷଦ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ଢ଼େଙ୍କନାଳ ସାଂସଦ ମହେଶ ସାହୁଙ୍କ ଘର । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଅଧିକ ଭୋଟ ଟାଣିଛି ବିଜେଡି । ଏହାକୁ ନେଇ ବେଶ ଉତ୍ସାହିତ ଥିବା ବିଜେଡି ପୌର ନିର୍ବାଚନରେ ବି ଦୋହରାଇବ ବୋଲି ଆଶା ରଖିଛି । କେବଳ ୨ଟି ୱାର୍ଡରେ ବିଜେଡି ଠାରୁ ଅଧିକ ଭୋଟ ପାଇଥିବା ବିଜେପି କିନ୍ତୁ ବିଧାନସଭା ନିର୍ବାଚନ ସମୟରେ ତ୍ରୁଟି ସୁଧାରି ତାଳଚେର ପୌର ପରିଷଦକୁ ଅକ୍ତିଆର କରିବାକୁ ଯୋଜନା ରଖିଛି । ତାଳଚେର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିବାରୁ କର୍ମୀଙ୍କ ମଧ୍ୟରେ ପୌର ନିର୍ବାଚନକୁ ନେଇ ଏ ପର୍ଯ୍ୟନ୍ତ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ । ଅପରପକ୍ଷରେ ବିଜେଡି ୱାର୍ଡ କମିଟି ଗଠନ କରି ନଗରପାଳ ଓ କାଉନସିଲରେ ପଦ ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରି ଦେଇଛି । ନଗରପାଳ ପଦ ପାଇଁ କେଉଁଠି କେଉଁ ବର୍ଗର ପ୍ରାର୍ଥୀଙ୍କ ସଂରକ୍ଷିତ ରହିବ ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୩ଟି ଯାକ ପୌରାଞ୍ଚଳରେ ଆଶାୟୀଙ୍କ ମଧ୍ୟରେ ଲବି ଆରମ୍ଭ ହୋଇଯାଇଛି ।