ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସର ନେତା

ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସର ନେତା

ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସର ନେତା
ନୂଆଦିଲ୍ଲୀ : ଲୋକସଭା ପାଇଁ କଂଗ୍ରେସ ଆଜି ଦଳର ନେତା ଚୟନ କରିଛି । ପଶ୍ଚିମବଙ୍ଗର ବରିଷ୍ଠ ସାଂସଦ ଅଧୀନ ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ ଦଳର ନେତା ଭାବେ ଚୟନ କରାଯାଇଛି । ଆଜି ଅଧୀର ଏ ବାବଦରେ ଗଣମାଧ୍ୟମକୁ ନିଜେ ସୂଚନା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ହି ଦାୟିତ୍ୱ ନେବା ପାଇଁ ରାଜି ହୋଇନଥିଲେ ଏବଂ ଏଥିପାଇଁ ନେତା ଚୟନରେ ବିଳମ୍ବ ହୋଇଥିଲା । ଆଜି ଅଧୀର ଲୋକସଭାରେ ସାଂସଦ ଭାବେ ଶପଥ ନେବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ଦଳ ତାଙ୍କୁ ଲୋକସଭାରେ ଦଳର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଅର୍ପଣ କରିଛି । ଏଥିପାଇଁ ମୁଁ ସମ୍ମତି ପ୍ରଦାନ କରିଛି ଏବଂ ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ସମ୍ମୁଖରେ ରହି କାମ କରିବା ମୋର ଦାୟିତ୍ୱ ବୋଲି ସେ କହିଛନ୍ତି । କଂଗ୍ରେସର କେରଳ ପ୍ରଦେଶ କାର୍ଯ୍ୟକାରୀ ସଭାପତି କେ.ସୁରେଶଙ୍କ ନାମ ଧ୍ୟ ଲୋକସଭାରେ ଦଳର ନେତା ପଦ ପାଇଁ ଚର୍ଚ୍ଚାରେ ରହିଥିଲା । ତେବେ ସୋନିଆ ଓ ରାହୁଲ ଅଧୀରଙ୍କ ନାମକୁ ନେଇ ସହମତି ପ୍ରକାଶ କରିଥିଲେ ।