ଏକାକୀ ନିର୍ବାଚନ ଲଢିବ ବିଏସପି ।

ଏକାକୀ ନିର୍ବାଚନ ଲଢିବ ବିଏସପି ।

ଏକାକୀ ନିର୍ବାଚନ ଲଢିବ ବିଏସପି ।
ଉତ୍ତରପ୍ରଦେଶରେ କଂଗ୍ରେସକୁ କଡ଼ା କଥା ଶୁଣାଇବା ପରେ ମଧ୍ୟପ୍ରଦେଶରେ ଆଗକୁ ହେବାକୁ ଥିବା ୨୪ ବିଧାନସଭା ଉପନିର୍ବାଚନରେ ଏକାକୀ ଲଢ଼ିବାକୁ ଘୋଷଣା କରିଛି ବିଏସପି । ତାଙ୍କ ଦଳ ମଧ୍ୟପ୍ରଦେଶରେ କୌଣସି ମେଣ୍ଟ କରିବ ନାହିଁ ବୋଲି ରାଜ୍ୟ ସଭାପତି ରମାକାନ୍ତ ପିପ୍ପଲ କହିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ଆସନ ମଧ୍ୟରୁ କମଳନାଥ ସରକାରର ୨୨ ଜଣ ବିଧାୟକ ଇସ୍ତଫା ଦେଇଥିଲେ । ଅନ୍ୟ ୨ ଆସନରେ ଜଣେ କଂଗ୍ରେସ ଓ ଜଣେ ବିଜେପି ବିଧାୟକ ମୃତୁ୍ୟବରଣ କରିବା ପରେ ଏହି ଆସନ ଗୁଡ଼ିକ ଖାଲି ପଡ଼ିଛି । ତେଣୁ ଏହି ଆସନ ଗୁଡ଼ିକୁ ମିଶାଇ ୨୪ଟି ଆସନରେ ନିର୍ବାଚନ ହେବ । ମଧ୍ୟପ୍ରଦେଶରେ ବିଏସପିର ୨ ଜଣ ବିଧାୟକ ଅଛନ୍ତି ଏବଂ ଏମାନେ କମଳ ନାଥ ସରକାରଙ୍କୁ ସମର୍ଥନ ଦେଇଥିଲେ । ୧୩ ଆସନରେ ପୂର୍ବରୁ ବିଏସପି ବିଧାୟକ ଥିଲେ । ତେଣୁ ତାଙ୍କ ଦଳ ସୁଶ୍ରୀ ମାୟାବତୀଙ୍କ ନିଦେ୍ର୍ଧଶ ଅନୁସାରେ ପ୍ରସ୍ତୁତ କରି ଏକାକୀ ନିର୍ବାଚନ ଲଢ଼ିବ ।