ବିଅର ଏକ୍ସପାରି ଅବଧି ବୃଦ୍ଧି

ବିଅର ଏକ୍ସପାରି ଅବଧି ବୃଦ୍ଧି

ବିଅର ଏକ୍ସପାରି ଅବଧି ବୃଦ୍ଧି
କଟକ: ରାଜ୍ୟରେ ବିଅରର ଏକ୍ସପାରି ଅବଧି ବୃଦ୍ଧି କରାଯାଇଛି । ପ୍ରସ୍ତୁତ ହୋଇଥିବା ବିଅରର ଏକ୍ସପାରି ୬ ମାସ ଯାଏ ଥିବା ବେଳେ ତାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ଲକଡାଉନ ପାଇର୍ ବିଅରଗୁଡ଼ିକ ବିକି୍ର ନ ହୋଇ ଡିପୋରେ ପଡ଼ି ରହିବାରୁ ଲାବ୍ରୋଟୋରିରେ ଯାଞ୍ଚ ପରେ ଅବକାରୀ କମିସନର ଏ ପ୍ରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ୩ ମାସ ଅବଧି କେବଳ କୋଭିଡ ସମୟରେ ଲାଗୁ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଡିପୋରେ ୨୦୧୯ ଡିସେମ୍ବର ୭ ରୁ ପ୍ରସ୍ତୁତ ହୋଇଥିବା ନିର୍ଦ୍ଧିଷ୍ଟ କମ୍ପାନୀର ୫୦୦ ଏମଏଲର ୭୩୪ କେସ ବିଅର ଖୋର୍ଦ୍ଧା ମଦ ନିଗମରେ ପଡ଼ି ରହିଥିବା ବେଳେ ରାୟଗଡ଼ା ଡିପୋରେ ୧୦୯ କେସ ବିଅର ପଡ଼ି ରହିଛି । ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଉଛି । ଏହି ବିଅରର ଏକ୍ସପାରି ତାରିଖ ୬ ମାସ ରହିଥିବାରୁ ବଜାରରେ ବିକି୍ର କରିବାରେ ସମସ୍ୟା ସୃଷ୍ଟି ହୋଇଛି । ମାର୍ଚ୍ଚ ୨୪ ରୁ ମେ ୨୩ ପର୍ଯ୍ୟନ୍ତ ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ରହିବାରୁ ବିଅର ବିକି୍ର ହୋଇପାରିଲା ନାହିଁ । ମେ ୨୪ରେ ଦୋକାନ ଖୋଲିବା ପରେ ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ଏବଂ ବର୍ଷା ଋତୁ ଆରମ୍ଭ ଯୋଗୁଁ ଲୋକ ବିଅର କିଣିଲେ ନାହିଁ । ଏଭଳି ସ୍ଥିତି ପାଇଁ ବିଅର ଗୁଡ଼ିକ ଡିପୋରେ ବିକି୍ର ନ ହୋଇ ପଡ଼ି ରହିବାରୁ ଏକ୍ସପାରି ଡେଟ ଚାଲିଯାଇଥିଳା । ଅବକାରୀ କମିସନର ଅଞ୍ଜନ କୁମାର ମାଣିକ, ଓଡ଼ିଶା ପାନୀୟ ମଦ ନିଗମ (ଓଏସବିସିର)ର ନିଦେ୍ର୍ଧଶକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ୩ ଜଣିଆ କମିଟି କେବଳ ଡିପୋରେ ଥିବା ବିଅରର କ୍ୱାଲିଟି ଟେଷ୍ଟ ପାଇଁ ରସୁଲଗଡ଼ ସ୍ଥିତ ରାଜ୍ୟ ଡ୍ରଗସ ରିସର୍ଚ୍ଚ ଆଣ୍ଡ ଟେଷ୍ଟିଂ ଲାବ୍ରୋଟୋରିକୁ ପଠାଇଥିଲେ । ସେହି ବିଅର ପିଇବା ଯୋଗ୍ୟ ବୋଲି ଲାବ୍ରୋଟୋରୀ ରିପୋର୍ଟ ଆସିବା ପରେ ଡିପୋରେ ଥିବା ବିଅର ଗୁଡ଼ିକୁ ଆହୁରି ୩ ମାସ ପର୍ଯ୍ୟନ୍ତ ପିଇବା ଯୋଗ୍ୟ ବୋଲି ଅନୁମତି ମିଳିଛି । ଓଡ଼ିଶା ବିଅର ୬ ମାସ ପର୍ଯ୍ୟନ୍ତ ବିକି୍ର ହେବା ନେଇ ୨୦୧୭ ଅବକାରୀ ଆଇନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଅବକାରୀ କମିସନର ଅଞ୍ଜନ କୁମାର ମାଣିକ କହିଛନ୍ତି ଯେ, କୋଭିଡ ପାଇଁ ବିଅରଗୁଡ଼ିକ ଡିପୋରେ ପଡ଼ି ରହିଥିବାରୁ ସେଗୁଡ଼ିକୁ ପରୀକ୍ଷା ପରେ ୩ ମାସ ଅବଧି ବୃଦ୍ଧି କରାଯାଇଛି । ଏବେ ଫ୍ୟାକ୍ଟି୍ରରେ ପ୍ରସ୍ତୁତ ହେଉଥିବା ବିଅରର ଅବଧି ପୂର୍ବଭଳି ୬ ମାସ ରହିବ । ଅନ୍ୟ ପଟେ ଓଡ଼ିଶାରେ ବିକି୍ର ହେଉଥିବା ବିଅର ବାହାର ରାଜ୍ୟରେ ଏକ ବର୍ଷ ଯାଏ ରହୁଛି ।