ଶାହ-ମମତା ବାକଯୁଦ୍ଧ

ଶାହ-ମମତା ବାକଯୁଦ୍ଧ

ଶାହ-ମମତା ବାକଯୁଦ୍ଧ
କୋଲକାତା: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳର ପ୍ରଚାର ଜୋରଦାର ହେବାରେ ଲାଗିଛି । ଶାସନ ତୃଣମୂଳ ଏବଂ ବିଜେପି ମଧ୍ୟରେ ଚାଲିଛି ବାକ ଯୁଦ୍ଧ । ଅମିତଶାହ ବାଙ୍କୁଡାରେ ନିର୍ବାଚନୀ ସଭା କରିଥିବା ବେଳେ ମମତା ବାନାର୍ଜୀ ପୁରୁଲିଆରେ ସମାନ୍ତରାଳ ରାଲି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୃଣମୂଳ ସୁପି୍ରମୋ ମମତା ବାନାର୍ଜୀ ହ୍ୱିଲ ଚେୟାର ବସି ନିର୍ବାଚନ ପ୍ରଚାର କରୁଥିବାରୁ କଟାକ୍ଷ କରିଛନ୍ତି । ଶାହ କହିଛନ୍ତି ଗୋଡ଼ରେ ସାମାନ୍ୟ ଆଘାତ ପାଇଁ ଦିଦିଙ୍କୁ ବହୁତ କଷ୍ଟ ହେଉଛି । ରାଜ୍ୟରେ ବିଜେପିର ୧୩୦ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ମୃତକମାନେ ବି କାହାର ପୁଅ, ଭାଇ ଆଉ ସ୍ୱାମୀ ହୋଇଥିବେ । ସେମାନଙ୍କ କଷ୍ଟ ସେ ଅନୁଭବ କରିପାରୁନାହାନ୍ତି । ଦିଦିଙ୍କ ଆଘାତକୁ ନେଇ ଟିଏମସି କହୁଛି ଏହା ବଡ଼ ଷଡଯନ୍ତ୍ର । ତେବେ ଏହା ଦୁର୍ଘଟଣା ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଦେଇଛନ୍ତି । ଶାହ କହିଛନ୍ତି, ମୁଁ ଏ ରାଜ୍ୟକୁ ଆସୁଥିବା ବେଳେ ମୋ ହେଲିକେପ୍ଟର ଯଦି ଖରାପ ହୋଇଯିବ ତେବେ ଏହା ଷଡଯନ୍ତ୍ର ବୋଲି ମୁଁ କେବେ ବି କହିବି ନାହିଁ । ପୁରୁଲିଆରେ ଝାଲଦା ଓ ବଳରାମପୁରରେ ହ୍ୱିଲ ଚେୟାରରେ ବସି ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ଟଙ୍କା ବଦଳରେ ଭୋଟ କିଣିବାକୁ ବିଜେପି ଉଦ୍ୟମ କରୁଛି । ବିଜେପି ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି । ରେଳମନ୍ତ୍ରୀ ପିୟୁଷ ଗୋୟଲ ବାହାର ରାଜ୍ୟର ଗୁଣ୍ଡାକୁ ପଠାଇବାକୁ ଯୋଜନା କରୁଛନ୍ତି । ଈଶ୍ୱରଙ୍କ କୃପାରୁ ନନ୍ଦିଗ୍ରାମରେ ସୌଭାଗ୍ୟବଶତଃ ମୁଁ ବଞ୍ଚିଗଲି । କିଛି ଲୋକ ଭାବୁଥିଲେ ଏହି ଆଘାତ କାରଣରୁ ମୁଁ ବାହାରକୁ ବାହାରି ପାରିବି ନାହିଁ । ନିର୍ବାଚନ ପ୍ରଚାର କରିପାରିବି ନାହିଁ । କେହି ବି ମୋର କଣ୍ଠରୋଧ କରିପାରିବେ ନାହିଁ ବୋଲି ମମତା କହିଛନ୍ତି ।