ପ୍ରଥମେ ଆସି ପାରେ ସମ୍ବଲପୁର ରେଜଲ୍ଟ

ପ୍ରଥମେ ଆସି ପାରେ ସମ୍ବଲପୁର ରେଜଲ୍ଟ

ପ୍ରଥମେ ଆସି ପାରେ ସମ୍ବଲପୁର ରେଜଲ୍ଟ
ଭୁବନେଶ୍ୱର : ଆଉ ଦୁଇ ଦିନ ପରେ ନିର୍ବାଚନ ଫଳ ବାହାରିବ । ଏହା ପୂର୍ବ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ଭୋଟ ଗଣତି ସଂପର୍କରେ ଅନେକ ସୂଚନା ଦେଇଛନ୍ତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମରେ ଗଣତି କରାଯିବ । ପୋଷ୍ଟାଲ ଗଣତି ଓ ଇଭିଏମ୍ ଗଣତି ପରେ ଭିଭିପାଟ ଗଣତି କରାଯିବ । ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶକ୍ରମେ ପ୍ରତି ଆସନର ୫ ଟି ବୁଥ୍ ଭିଭିପାଟ୍ ଗଣତି ହେବ । ରାଜ୍ୟରେ ୬୩ ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି । ବୁଥ୍ ସଂଖ୍ୟାକୁ ଦେଖି ରାଉଣ୍ଡ ହିସାବରେ ଭୋଟ ଗଣତି କରାଯିବ । ସମ୍ବଳପୁର ବିଧାନସଭା ସର୍ବନିମ୍ନ ୧୯ ରାଉଣ୍ଡରେ ସରୁଥିବା ବେଳେ ପାଟଣାଗଡ ବିଧାନସଭା ପାଇଁ ସର୍ବାଧିକ ୪୯ ରାଉଣ୍ଡରେ ଗଣତି ସରିବ । ଗୋଟିଏ ହଲରେ ୧୪ ଟି ଟେବୁଲ ରହିବାର ବ୍ୟବସ୍ଥା କରାଯାଇଛି । ୭ଟି ଟେବୁଲରେ ଲୋକସଭା ପାଇଁ ଓ ଅନ୍ୟ ୭ଟି ଟେବୁଲରେ ବିଧାନସଭା ପାଇଁ ଭୋଟ ଗଣତି ହେବ । ନିର୍ବାଚନ କମିଶନଙ୍କ ଅନୁମତିରେ କିଛି କେନ୍ଦ୍ରରେ ଟେବୁଲ ସଂଖ୍ୟା ବଢାଯାଇଛି । ୪୧୧ ଟେବୁଲ ବଢାଯାଇଥିବା ବେଳେ ୨୪୬୨ ଟେବୁଲରେ ଭୋଟ ଗଣତି କରାଯିବ ।