ଫ୍ରାଏଡ ରୋଲ

ଫ୍ରାଏଡ ରୋଲ

ଫ୍ରାଏଡ ରୋଲ
ସାମଗ୍ରୀ: - ୨ କପ ମଇଦା - ୨ଟା ଆଳୁ - ୪ ପିସ ମାଛ - ୧ଟା ପିଆଜ - ଟିକେ ଅଦା - ଧନିଆ ପତ୍ର - ୬ଟା କଂଚାଲଙ୍କା - ଛାଣିବା ପାଇଁ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଆଳୁ ସିଝାଇ ନିଅ । ମାଛ ଭାଜି କଂଟା ଛଡାଇ ଦିଅ । ପିଆଜ, ଅଦା, କଂଚାଲଙ୍କା ଓ ଦନିଆପତ୍ର ଚୂନା ଚୂନା କାଟି ଦିଅ । ଆଳୁ ସିଝା, କଂଟାଛଡା ମାଛ, ପିଆଜ କଟା ପ୍ରଭୃତିରେ ଲୁଣ ଦେଇ ଭଲଭାବରେ ମିଶାଇ ନେଇ ୪ ଭାଗ କରିଦିଅ । ମଇଦାରେ ୧ ଟେବୁଲ ଚାମଚ ତେଲ ମଅନ ଦେଇ ଲୁଣ ମିଶାଇ ଚକଟି ନିଅ ।ଏଥିରେ ୪ଟି ଗୁଳା କର । ଗୋଟିଏ ଗୁଳାକୁ ବଡ ରୁଟି ପରି ବେଲ । ତା ଉପରେ ଗୋଟିଏ ଭାଗ ପୁର ଖେଳାଇ ରଖି ଦିଅ । ଗୋଟିଏ ପାଖରୁ ରୁଟିଟିକୁ ଚାପି ଚାପି ଗୁଡାଇ ନିଅ । ଏହି ରୋଲଟିକୁ ୬ ପିସ କରି କାଟି ନିଅ । ଏପରି ଭାବରେ ଅନ୍ୟ ଗୁଳାରେ ତିଆରି କର । କଡାଇରେ ତେଲ ଗରମ କରି ରୋଲ ଖଣ୍ଡ ସବୁ ଭାଜି ନିଅ । ରୋଲ ହୋଇଗଲା ପରେ ଗୋଟିଏ ପ୍ଳେଟରେ ରଖିବେ । ତା ମଝିରେ ମଝିରେ କଟା ପିଆଜ, ପିଙ୍ଗର ଚିପସ ଓ କଟା ଟମାଟୋ ଦେଇ ସଜାଇ ଖାଇବାକୁ ଦେବେ ।