ଖାଇବାକୁ ଭାରି ସୁଆଦିଆ, ଘରେ ତିଆରି କରନ୍ତୁ ଏହି ମାଣ୍ଡିଆ ଲଡୁ

ଖାଇବାକୁ ଭାରି ସୁଆଦିଆ, ଘରେ ତିଆରି କରନ୍ତୁ ଏହି ମାଣ୍ଡିଆ ଲଡୁ

ଖାଇବାକୁ ଭାରି ସୁଆଦିଆ, ଘରେ ତିଆରି କରନ୍ତୁ ଏହି ମାଣ୍ଡିଆ ଲଡୁ
ସାମଗ୍ରୀ ୨୫୦ ଗ୍ରାମ ମାଣ୍ଡିଆ ଅଟା, ୨୦୦ ଗ୍ରାମ ଗୁଡ, ୧୫୦ ଗ୍ରାମ ଘିଅ, ୧୨/୧୩ଟା କଟା କାଜୁ ବାଦାମ, କିଛି ଖୁଆ, ଏକ ଚାମଚ କଟା ଆଲମଣ୍ଡ ଓ ଅଧା ଚାମଚ ଗୁଜୁରାତି ପାଉଡର । ପ୍ରଣାଳୀ ପ୍ୟାନରେ ଘିଅ ଦେଇ ଗରମ କରନ୍ତୁ । ଘିଅ ତରଳିବା ପରେ ସେଥିରେ ମାଣ୍ଡିଆ ଅଟା ପକାଇ ବାସ୍ନା ଆସିବା ଯାଏ ଭାଜନ୍ତୁ । ଏବେ ଏହାକୁ ଏକ ପ୍ଲେଟକୁ ବାହାର କରି ଦିଅନ୍ତୁ । ଏକ ପାତ୍ରରେ ଘିଅ ଦେଇ ସେଥିରେ ଶୁଖିଲା ଖୁଆକୁ ପକାନ୍ତୁ । ଏଥିରେ ଗୁଡ ପକାଇ ମିଶାନ୍ତୁ । ଭଲ ଭାବେ ତରଳିବାକୁ ଛାଡି ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଏକ ପାତ୍ରରେ ଢ଼ାଳି ତା’ ସହ କଟା ବାଦାମ, ଆଲମଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ । ଏହା ହାଲକା ଥଣ୍ଡା ହେବା ପରେ ହାତରେ ନେଇ ଲଡୁ ପ୍ରସ୍ତୁତ କରନ୍ତୁ । ଲଡୁ ପ୍ରସ୍ତୁ ହେବା ପରେ ଏସବୁକୁ ନେଇ ଏକ ଏୟାରଟାଇଟ କଟେଂନରରେ ରଖି ଦଅନ୍ତୁ । ଏହାକୁ ବହୁତ ଦିନ ଯାଏ ରଖି ଖାଇ ପାରିବେ ।