ନିଜ ହାତରେ ବିନା ପିଆଜ ରସୁଣ ଡାଲମା କରି ଖାଆନ୍ତୁ

ନିଜ ହାତରେ ବିନା ପିଆଜ ରସୁଣ ଡାଲମା କରି ଖାଆନ୍ତୁ

 ନିଜ ହାତରେ ବିନା ପିଆଜ ରସୁଣ ଡାଲମା କରି ଖାଆନ୍ତୁ
ଆବଶ୍ୟକୀୟ ସାମଗ୍ରୀ- ମୁଗ ଡାଲି, ଓଉ, ଅଦା, ଖମ୍ବଆଳୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ । ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ । ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ । ପ୍ରେସର କୁକର ଗୋଟିଏ ସିଟି ମାରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏବେ କଡ଼େଇରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ । ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବିନା ପିଆଜ ରସୁଣ ଡାଲମା ।