ଲଙ୍କା ଟମାଟୋ ତରକାରୀ ପ୍ରସ୍ତୁତି ପ୍ରଣାଳୀ

ଲଙ୍କା ଟମାଟୋ ତରକାରୀ ପ୍ରସ୍ତୁତି ପ୍ରଣାଳୀ

ଲଙ୍କା ଟମାଟୋ ତରକାରୀ ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ- ଟମାଟୋ, କ୍ୟାପସିକମ୍‌, ତେଲ, ଲୁଣ, ଗୁଡ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପତ୍ର, ଜିରା, ଆମଚୁର୍ ପାଉଡର । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଟମାଟୋ ଏବଂ କ୍ୟାପ୍‌ସିକମକୁ ଧୋଇ ଛୋଟଛୋଟ କରି କାଟି ରଖିବେ । ତାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥରେ ଜିରା ପକାଇ ଫୁଟାଇବେ । ଜିରା ଫୁଟିଯିବା ପରେ ସେଥିରେ କଟା ଟମାଟୋ ପକାଇ ୧ ରୁ ୨ ମିନିଟ ଯଏଁ ଫ୍ରାଏ କରିବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଆମଚୁର ପାଉଡର, ଗୁଡ, କଟା କ୍ୟାପ୍‌ସିକମ୍ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଘୋଡଣୀ ଘୋଡାଇ କିଛି ସମୟ ଭଲଭାବେ ସିଝିବାକୁ ଛାଡିବେ । ଏହାପରେ ସେଥିରେ କିଛି କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଲଙ୍କା ଟମାଟୋ ତରକାରୀ । ଏବେ ଗରମ ଗରମ ଏହାକୁ ଖାଇପାରିବେ ।