ଥରେ ଖାଆନ୍ତୁ ଟେଷ୍ଟି ନିରାମିଷ କିମା.....

ଥରେ ଖାଆନ୍ତୁ ଟେଷ୍ଟି ନିରାମିଷ କିମା.....

ଥରେ ଖାଆନ୍ତୁ ଟେଷ୍ଟି ନିରାମିଷ କିମା.....
କିମା ପରି ଖାଦ୍ୟର ନାଁ ଶୁଣିଲେ ଏହା ନିଶ୍ଚୟ ଆମିଷ ହୋଇଥିବ ବୋଲି ଅନେକ ଭାବି ନିଅନ୍ତି । ହେଲେ ଯେଉଁମାନେ ନିରାମିଷାଶୀ ସେମାନେ ମଧ୍ୟ କିମାର ମଜା ନେଇପାରିବେ । ନିରାମିଷ କିମା ପ୍ରସ୍ତୁତ କରିବା ଯେତିକି ସହଜ, ସେହିପରି ସୁସ୍ୱାଦୁ ଏବଂ ପୁଷ୍ଟିକର ହୋଇଥାଏ । ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ହୋଇଥିବା ଫୁଲକୋବି ଗୋଟିଏ, ୭-୮ଟି ବିନ, ୭-୮ଟି ଛତୁ, ଦୁଇଟି ଗାଜର, ଦୁଇଟି ଟମାଟୋ, ୨-୩ ଟି କଞ୍ଚାଲଙ୍କା ଏବଂ ଅଦା ଖଣ୍ଡେ, ୧ କପ ସିଝା ଗ୍ରୀନ ମଟର, ମଧ୍ୟମ ଧରଣର ଏକ ପିଆଜ ସରୁ ସରୁ କଟା ହୋଇଥିବ, ରସୁଣ ପେଷ୍ଟ, ଗୋଟିଏ ଗୁଜୁରାତି, ଖଣ୍ଡେ ଡାଲଚିନି, ୧ ଚାମଚ ଧନିଆ ଗୁଣ୍ଡ, ୧ ଚାମଚ ହଳଦି ଗୁଣ୍ଡ, ସୂର୍ଯ୍ୟମୁଖୀ ତେଲ, ଦୁଇ କପ ପାଣି, ସ୍ୱାଦାନୁସାରେ ଲୁଣ । ପ୍ରସ୍ତୁତି: ଏକ ପାତ୍ରରେ ତେଲ ଗରମ କରନ୍ତୁ । ଏଥିରେ ପିଆଜ ପକାଇ ଭାଜିବା ସହ ଅଦା ରସୁଣ ପେଷ୍ଟ ପକାନ୍ତୁ ଏବଂ ସବୁ ମସଲା ସେଥିରେ ପକାଇ ହାଲକା କଷିବେ । ଶେଷରେ ଟମାଟୋ ଓ ଗରମ ମସଲା ଗୁଣ୍ଡ ପକାଇବେ । କଷି ହୋଇଗଲେ ଗ୍ରୀନ ମଟର ଛାଡ଼ି ଅନ୍ୟ ସବୁ କଟା ପରିବା ସେଥିରେ ପକାଇ ଟିକେ ଭାଜିବା ପରେ ଲୁଣ ଓ ପାଣି ଦେଇ ଘୋଡ଼ାଇଦେବେ । ଏହା ସିଝିଯିବା ପରେ ପରିବାଗୁଡ଼ିକୁ ଟିକେ ଟିକେ ଚାପି କିମ୍ବା ଆକାରର କରିଦେବ । ପାଣି ଶୁଖିବା ପରେ ଏକ ପାତ୍ରକୁ ବାହାର କରି ସେଥିରେ ସିଝା ମଟର ମିଶାଇବା ସହ କଟା ଧନିଆପତ୍ର ପକାଇ ଦିଅନ୍ତୁ । ଏବେ ଗରମାଗରମ ପରିବା କିମ୍ବା ପ୍ରସ୍ତୁତ ହୋଇଗଲା । ଏହାକୁ ରୁଟି, ପରଟା ନଚେତ ଭାତ ସହିତ ଖାଇହେବ ।