ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ, ଗୋଲମରିଚ ଜିରା ପୁରି

ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ, ଗୋଲମରିଚ ଜିରା ପୁରି

ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ, ଗୋଲମରିଚ ଜିରା ପୁରି
ଛଣାଛଣି ଯେପରି ପୁରି, ପକୁଡ଼ି ଇତ୍ୟାଦି ଖାଇବାକୁ ଇଚ୍ଛା ଥିଲେ ଅନେକ ଖାଇପାରନ୍ତି ନାହିଁ । ମୁଖ୍ୟ କାରଣ ହେଲା ଏସବୁ ରୀତିମତ ଖାଇଲେ ଓଜନ ବଢ଼ିବାର ଭୟ ରହିଛି । ହେଲେ ୧୫ ଦିନରେ ଥରେ ଆପଣ ପୁରି ଖାଇପାରିବେ । ପର୍ବପର୍ବାଣୀରେ ଘରେ ପୁରି, ଖିରୀର ଆସର ଜମେ । ଆଗକୁ ନୂଆ ବର୍ଷ ଆସୁଛି, ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପୁରିକୁ ମଧ୍ୟ ତାଲିକା ଭୁକ୍ତ କରନ୍ତୁ । ସାଧା ପୁରି ବଦଳରେ ଏଥରକ ଗୋଲମରିଚ ଜିରାର ସ୍ୱାଦିଷ୍ଟ ପୁରିତିଆରି କରି ଖାଆନ୍ତୁ । ପ୍ରସ୍ତୁତି- ପ୍ରଥମେ ସମସ୍ତ ସାମଗ୍ରୀକୁ ମିଶାଇ ଭଲ ଭାବେ ଚକଟି ଦେବେ । ଚକଟିବା ବେଳେ ତେଲ ୧ ଚାମଚ ମଧ୍ୟ ମିଶାଇବେ । ଏବେ ସେହି ପାତ୍ରକୁ ଘୋଡ଼ାଇ ୨୦ ମିନିଟ ରଖିବେ । ଏକ କଡେ଼ଇକୁ ଚୁଲାରେ ବସାଇ ପୁରି ଛାଣିବା ପାଇଁ ତେଲ ଗରମ କରିବେ । ତେଲ ଭଲରେ ଗରମ ହେବା ପରେ ପୁରି ଆକାରରେ ବେଲି ଛାଣନ୍ତୁ । ଗରମାଗରମ ପୁରିକୁ ଆକାରରେ ବେଲି ଛାଣନ୍ତି । ଗରମାଗରମ ପୁରିକୁ ଯେକୌଣସି ଭଜା, କିମ୍ବା ତରକାରୀ ସହ ମିଶାଇ ଖାଇବାର ମଜା ନିଅନ୍ତୁ । ଏହି ଗୋଲମରିଚ ଜିରା ସ୍ୱାଦର ପୁରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ।