ଘୁଗୁନି ଚାଟ

ଘୁଗୁନି ଚାଟ

ଘୁଗୁନି ଚାଟ
ସାମଗ୍ରୀ: - ୨୫୦ ଗ୍ରାମ ଗୋଟା ମଟନ - ଦୁଇଟା ବଡ ଆଳୁ - ଗୋଟିଏ ରସୁଣ - ଦେଢ ସେମି ଅଦା - ୬ଟା ଶୁଖିଲା ଲଙ୍କା - ୧ ଟେବୁଲ ଚାମଚ ଜିରା - ବିଟ ଲୁଣ - ଖଟା ଚଟଣି - ମିଠା ଚଟଣି - ୧ କପ ଦହି - ଦରକାର ମୁତାବକ ଲୁଣ ପ୍ରଣାଳୀ: ଲୁଣ ଦେଇ ମୋଟର ସିଝାଇ ନିଅ । ହଳଦୀ ନ ଦେଇ, ଅଧେ ମଟର ଚାମଚରେ ଚାପି ଚାପି ରଖ । ଆଳୁ ସିଝାଇ ଚୋପା ଛଡାଇ ଛୋଟ ଛୋଟ କାଟି ରଖ । ରସୁଣ ଓ ଅନ୍ୟ େୁଶଚି ରଖ । ଜିରା ଲଙ୍କା ଭାଜି ଗୁଣ୍ଡ କରି ରଖ । ଦହି ଫେଟିଂ ରଖ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ଅଦା ରସୁଣ ଛେଚା ପକାଇ ଟିକେ ପକାଇ ଟିକେ ଭାଜ । ବାଦାମୀ ରଙ୍ଗର ହେଲେ ସେଥିରେ ସିଝା ମଟର ଓ ଆଳୁ ପକାଇ ଟିକେ ଗୋଳାଇ ନେଇ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାଅ । ଓହ୍ଳାଇ ନେଇ ଜିରା ଲଙ୍କାଗୁଣ୍ଡ ଦେଇ ଗୋଳାଇ ଦିଅ । ପ୍ଳେଟରେ ଦୁଇ ବଡ ଚାମଚ ଘୁଘୁନି ଦିଅ । ତା ଉପରେ ଖଟା ଚଟଣି, ମିଠା ଚଟଣି, ବିଟଲୁଣ ଓ ଦହି ଛିଂଚି ଖାଇବାକୁ ଦିଅ । କଂଚାଲଙ୍କା କଟା ବି ଦେଇପାର । ଗରମ ଗରମ ଖାଇବାକୁ ଦେବେ ।