ଏମିତି ଘରେ ପ୍ରସ୍ତୁତ କରନ୍ତୁ କ୍ରିମି ଚିକେନ

ଏମିତି ଘରେ ପ୍ରସ୍ତୁତ କରନ୍ତୁ କ୍ରିମି ଚିକେନ

ଏମିତି ଘରେ ପ୍ରସ୍ତୁତ କରନ୍ତୁ କ୍ରିମି ଚିକେନ
ଆବଶ୍ୟକ ସାମଗ୍ରୀ: ଚିକେନ, ବସାଦହି, ଲଙ୍କାଗୁଣ୍ଡ, ରିଫାଇନ୍‌ ତେଲ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ, କ୍ଷୀର, କ୍ରିମ୍‌, ଚାଟ ମସଲା ଓ ଗୋଟା କଞ୍ଚାଲଙ୍କା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନରେ ବସାଦହି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ । କରେଇରେ ତେଲ ଗରମ କରି ମ୍ୟାରିନେଟ ଚିକେନ୍‌କୁ ଭାଜି ରଖନ୍ତୁ । ପୁଣି କରେଇରେ ତେଲ ଗରମ କରି ପିଆଜ ବଟା, ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ । ମସଲା ଅଳ୍ପ କଷି ହେବା ପରେ ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ । ମସଲା ଭଲ ଭାବେ କଷି ହେବା ପରେ ପାଣି ଓ ଭାଜି ରଖିଥିବା ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ଚିକେନରେ କ୍ରିମ୍‌, ଚାଟ ମସାଲା ଓ ଗୋଟା କଞ୍ଚାଲଙ୍କା ପକାଇ ଗୋଳାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ୍‌ ଘୋଡ଼ାଇ ରଖନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଗରମାଗରମ କ୍ରିମି ଚିକେନ । ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ ।