ମାଛ କେକ୍

ମାଛ କେକ୍

ମାଛ କେକ୍
ସାମଗ୍ରୀ: - ୫୦୦ ଗ୍ରାମ ରୋହିମାଛ - ୨ଟା ଆଳୁ - ୧ କପ ପାଉଁରୁଟି ଗୁଣ୍ଡ - ୨ଟା ପିଆଜ - ୬ ପାଖୁଡା ରସୁଣ - ଅଢେଇ ସେମି ଅଦା - ୧ ଚା ଚାମଚ ଗରମମସଲା - ୨ ଟେବୁଲ ଚାମଚ ବଟର - ଅଧ କପ ଦୁଧ - ୨ଟା ଅଣ୍ଡା - ୧ ଚା ଚାମଚ ଚିନି - ଅଧ କପ ରିଫାଇନ ତେଲ - ଅଧ କପ ମଟନ - ୮ ଟା କଂଚାଲଙ୍କା - ଦରକାର ମୁତାବକ ଲୁଣ ଓ ହଳଦୀ ପ୍ରଣାଳୀ: କଡାଇରେ ତେଲ ଗରମ କରି ମାଛ ଭାଜି ନିଅ । ମାଛରୁ କଂଟା ଛଡାଇ ଚକଟି ରଖ । ଆଳୁ , ପିଆଜ , ରସୁଣ, ଅଦା ଓ କଂଚାଲଙ୍କା ଛୋଟ ଛୋଟ କରି କାଟିରଖ । କଡାଇରେ ତେଲ ଗରମ କରି ପରିବା କଟା ପକାଇ ଲୁଣ ଦେଇ ଢାଙ୍କୁଣୀ ଦେଇ କମ ନିଆଁରେ ରଖ । ପରିବା ସିଝିଗଲେ କଂଟାଛଡା ମାଛ ଓ ଗରମମସଲା ଦେଇ ଭଲଭାବରେ ମିଶାମିଶି କରି ଓହ୍ଳାଇ ଦିଅ । ଥଣ୍ଡା ହୋଇଗଲେ ସେଥିରେ ବଟର, ଦୁଧ,ପାଉଁରୁଟି ଗୁଣ୍ଡ, ଚିନି ଓ ଅଣ୍ଡା ଫେଂଟା ଭଲଭାବରେ ମିଶାଇ ନିଅ । ବେକିଂ ଡିସରେ ବଟର ଲଗାଇ ଏହି ମାଛ ମିଶ୍ରଣକୁ କୁ ସେଥିରେ ଚାପି ଚାପି ରଖି ୧୫ ମିନିଟ ବେକ କର । ଉଷୁମ ଥିବା ଅବସ୍ଥାରେ କାଟି କାଟି ସାଲାଡ ଓ ସସ ସାଙ୍ଗରେ ପରିବେଷଣ କର ।