ଖଟାମିଠା ଛୁଙ୍କ ମାଛ

ଖଟାମିଠା ଛୁଙ୍କ ମାଛ

ଖଟାମିଠା ଛୁଙ୍କ ମାଛ
ସାମଗ୍ରୀ: - ୪ଟି କଟା ମାଛ - କିଛି ଫୁଟଣ - ୬ଟି ଭୃସଙ୍ଗ ପତ୍ର - ଗୋଟା କଂଚା ଲଙ୍କା - ଦୁଇଟି ଟମାଟୋ - ହଳଦୀଗୁଣ୍ଡ - ଲଙ୍କା ଗୁଣ୍ଡ - ତେନ୍ତୁଳି ରସ - ଗୁଡ - ଆବଶ୍ୟକ ଅନୁଯାୟୀ ଲୁଣ ପ୍ରଣାଳୀ:ପ୍ରଥମେ କଟା ରୋହି ମାଛରେ ଲୁଣ , ହଳଦୀ ଗୋଳାଇ ରଖନ୍ତୁ । କରୋଇ ଗରମ କରି ତେଲ କିଛି ଫୁଟଣ ପକାନ୍ତୁ । ଫୁଟଣ ଫୁଟିବା ପରେ ଭୃସଙ୍ଗ ପତ୍ର, ଗୋଟା କଂଚା ଲଙ୍କା ଓ କଟା ଟମାଟୋ ପକାନ୍ତୁ । ଏହାପରେ ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ ପକାନ୍ତୁ । ମସଲା ହୋଇଯିବା ପରେ ଲୁଣ , ହଳଦୀ ଗୋଳା ମାଛ ପକାନ୍ତୁ । ଏହାପରେ ତେନ୍ତୁଳି ରସ, ଗୁଡ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡଣୀ ଘୋଡେଇ ଦିଅନ୍ତୁ । ୪ ରୁ ୫ ମିନିଟ ପରେ ଘୋଡଣୀ ବାହାର କରି ମାଛକୁ ଓଲଟାଇ ଦିଅନ୍ତୁ । ୫ ରୁ ୭ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଖଟା ମିଟାଛୁଙ୍କ ମାଛ ତରକାରୀ ।