୩ଟି ପ୍ରମୁଖ ଦାବି: ବିଜେଡି

୩ଟି ପ୍ରମୁଖ ଦାବି: ବିଜେଡି

୩ଟି ପ୍ରମୁଖ ଦାବି: ବିଜେଡି
ଭୁବନେଶ୍ୱର: ସପ୍ତଦଶ ନିର୍ବାଚନରେ ଓଡିଶାରୁ ଲୋକସଭା ପାଇଁ ବିଜୁ ଜନତା ଦଳର ନବନିର୍ବାଚିତ ୧୨ ଜଣ ସାଂସଦଙ୍କୁ ନେଇ ନବୀନ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦୀୟ ଦଳ ବୈଠକ ଶେଷ ହେବା ପରେ ବିଜେଡି ୩ଟି ପ୍ରମୁଖ ଦାବି କରିଛି । ଏହା ନେଇ ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି ଯେ, ଆମର ୩ଟି ପ୍ରମୁଖ ଦାବି ରହିବ । ପ୍ରଥମରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏବଂ ଦ୍ୱିତୀୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ଅର୍ଥ । ଶେଷରେ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସରକ୍ଷଣ ଦାବି ।