ବିକାଶର ଡବଲ ଇଞ୍ଜିନ ହେଉଛନ୍ତି ମହିଳା: ନବୀନ

ବିକାଶର ଡବଲ ଇଞ୍ଜିନ ହେଉଛନ୍ତି ମହିଳା: ନବୀନ

ବିକାଶର ଡବଲ ଇଞ୍ଜିନ ହେଉଛନ୍ତି ମହିଳା: ନବୀନ
ଭୁବନେଶ୍ୱର : ମୟୂରଭଞ୍ଜର ଠାକୁରମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ । କାଳିଆ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି ନବୀନ । କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଏହା ହେବାକୁ ଦେବିନି । ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କୁ ମିଳିବ ଟଙ୍କା । ପ୍ରଥମ ଦିନରେ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦିଆଯିବ । ମା ମାନେ ହେଉଛନ୍ତି ପ୍ରକୃତ ବିକାଶର ଡବଲ ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତି ପାଇଁ ମୋ ସରକାର କାମ କରିଚାଲିଛି । ଶେଷ ନିଶ୍ୱାସ ଥିବା ଯାଏଁ ମୁଁ ଆପଣଙ୍କ ପାଇଁ କାମ କରି ଚାଲିବି । ମୋତେ ଆର୍ଶୀବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ନବୀନ ।