ଏମିତି ବନାନ୍ତୁ ଟେଷ୍ଟି ପାସ୍ତା

ଏମିତି ବନାନ୍ତୁ ଟେଷ୍ଟି ପାସ୍ତା

ଏମିତି ବନାନ୍ତୁ ଟେଷ୍ଟି ପାସ୍ତା
ଖାଦ୍ୟ ପ୍ରସ୍ତୁତ ସାମଗ୍ରୀ ପାସ୍ତା-୨୦୦ ଗ୍ରାମ କଟା ଗାଜର, ମଟର, ବିନ, କର୍ନ, କ୍ୟାପସିକମ, ପିଆଜ: ୨୦୦ ଗ୍ରାମ ବଟର: ୨୫ ଗ୍ରାମ ଅଟା:୪ ଚାମଚ କ୍ଷୀର:୧୫୦ ମି.ଲି ଗୋଲମରିଚ ଗୁଣ୍ଡ: ଅଧା ଚାମଚ ଓରେଗନୋ ପାଉଡର: ଅଧାଚାମଚ ଲୁଣ ସ୍ୱାଦ ଅନୁସାରେ ପ୍ରଥମେ ଗ୍ୟାସ ଅନ କରି କଡେଇ ବସାଇ ପାଣିଦେଇ ପାସ୍ତାକୁ ପକାଇ ସିଝାଇ ଦିଅନ୍ତୁ । ଏଥିରେ ଟିକେ ଲୁଣ ଓ ତେଲ ପକେଇଲେ ଭଲ । ପାସ୍ତା ସିଝିଗଲେ ତାକୁ ଥଣ୍ଡା ପାଣିରେ ଧୋଇ ଛାଣି ରଖନ୍ତୁ । ପିଆଜ ଓ କ୍ୟାପସିକମକୁ ଛାଡି ଅନ୍ୟ ପରିବା ସବୁକୁ ଟିକେ ଲୁଣଦେଇ ଦର ସିଝା କରିଦିଅନ୍ତୁ । ଗୋଟେ ନନଷ୍ଟିକ ପ୍ୟାନକୁ ଗ୍ୟାସ ଅନ କରି ବସାଇ ସେଥିରେ ବଟର ଦିଅନ୍ତୁ । ତାପରେ ଅଟାକୁ ପକାଇ ଭାଜନ୍ତୁ । ସେଥିରେ କ୍ଷୀର ଅଳ୍ପ ଦେଇ ଘାଂଟନ୍ତୁ ଏବଂ ଗ୍ୟାସକୁ ସିମ କରି ଦିଅନ୍ତୁ । ତାପରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଓରେଗେନୋ ପାଉଡର ପକାନ୍ତୁ । ଫୁଟିଗଲା ପରେ ଏଥିରେ ସିଝା ପାସ୍ତା ଓ ପରିବା ପକାଇ ଘୋଡାଇ ଦିଅନ୍ତୁ । ସିଝିଗଲା ପରେ କାଢ଼ି ଦିଅନ୍ତୁ । ଅନ୍ୟ ଏକ କଡେଇରେ ଟିକେ ବଟର ଦେଇ ଗ୍ୟାସରେ ବସାନ୍ତୁ । ଗରମ ହେଲା ପରେ ସେଥିରେ ପିଆଜ ଓ କ୍ୟାପସିକମକୁ ପକାଇ ଭାଜନ୍ତୁ । ଭାଜି ସାରିଲା ପରେ ପାସ୍ତା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗୋଳାଇ ସାରିଲା ପରେ ତଳକୁ ଓହ୍ଲେଇ ଗରମ ଗରମ ନିଜେ ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ ।