ନବରତ୍ନ ପଲାଉ
ନବରତ୍ନ ପଲାଉ
admin
Jun 10, 2019 - 11:52
Updated: Jun 10, 2019 - 11:52
ସାମଗ୍ରୀ: ବାସୁମତୀ ଅରୁଆ ଚାଉଳ, ଆଳୁ, ଫୁଲକୋବି, ଗାଜର୍, ବିନ୍ସ୍, ମଟର ଛୁଇଁ ଦାନା, ପନିର୍, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ସାହାଜିରା, ଡାଲଚିନି, ଗୁଜୁରାତି, ଅଳେଇଚ, ତେଜପତ୍ର, ଗୋଟା ଗୋଲମରିଚ, ହଳଦୀଗୁଣ୍ଡ, ଘିଅ, ଚିନି ଓ ଲୁଣ।
ପ୍ରଣାଳୀ: ପ୍ରଥମେ ପରିବାଗୁଡିକୁ ପତଳା ଓ ଲମ୍ବା କରି କାଟି ସେସବୁକୁ ଧୋଇ ଦିଅନ୍ତୁ। ଚାଉଳକୁ ମଧ୍ୟ ଧୋଇ ରଖନ୍ତୁ। ଏବେ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟନ୍ତୁ। ବର୍ତ୍ତମାନ ପନିରକୁ ଛୋଟ ଛୋଟ କରି କାଟି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଦେଇ ପନିର ଓ ପରିବାଗୁଡିକୁ ଭାଜି ରଖନ୍ତୁ।ଏବେ ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର, ଗୋଲମରିଚ ଓ ସାହାଜିରା ପକାନ୍ତୁ। ଏହାପରେ ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ଛେଚି ପକାନ୍ତୁ। ବର୍ତ୍ତମାନ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛେଚି ସେଥିରେ ପକାନ୍ତୁ। ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଚାଉଳ ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ପନିର ଭଜାଗୁଡ଼ିକୁ ଏଥିରେ ପକାଇ ଦିଅନ୍ତୁ। ବର୍ତ୍ତମାନ ଚାଉଳର ଦୁଇଗୁଣା ପାଣି ଦେଇ ଅଳ୍ପ ଲୁଣ ଓ ଚିନି ପକାଇ ଢାଙ୍କୁଣୀ ଦେଇ ଦିଅନ୍ତୁ। ଏହାକୁ କମ୍ ଆଞ୍ଚରେ ସିଝିବାକୁ ଛାଡ଼ି ଦିଅନ୍ତୁ।
ପଲାଉ ହୋଇଗଲେ ଚୁଲିରୁ ଓହ୍ଲାଇ ଉପରେ ଏକ ଚାମଚ ଘିଅ ଓ ୨ ଚାମଚ ଲେମ୍ବୁରସ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନବରତ୍ନ ପଲାଉ। ଏହାକୁ ଗରମା ଗରମ ଆଚାର ଓ ତରକାରି ସହ ପରଷନ୍ତୁ।