୩ ଜଣଙ୍କୁ ଆଜୀବନ କାରାଦଣ୍ଡ

୩ ଜଣଙ୍କୁ ଆଜୀବନ କାରାଦଣ୍ଡ

୩ ଜଣଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜାମ୍ମୁ କାଶ୍ମୀର କଠୁଆ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଦିଆଯାଇଛି । ଦୋଷୀ ସାବ୍ୟସ୍ତ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସେମାନେ ହେଲେ ସଞ୍ଜିରାମ, ପରଭିଷ କୁମାର ଓ ଦୀପକ ଖଜୁରିଆଙ୍କୁ ଆଜୀବନ ଜେଲ । ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ନେଇ ଅଦାଲତ ରାୟ ଦେଇଛନ୍ତି । ସୂଚନା ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ କଠୁଆ ଜିଲ୍ଲାରେ ୮ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା। ନାବାଳିକାକୁ ଅପହରଣ କରାଯାଇ ଗୋଟିଏ ମନ୍ଦିର ଭିତରରେ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିଲା । ନାବାଳିକୁ ଚାରି ଦିନ ପର୍ଯ୍ୟନ୍ତ ଅଚେତବସ୍ତାରେ ରଖା ଯାଇ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା ।