ପାଉଁରୁଟି ଗୋଲାପଜାମୁ

ପାଉଁରୁଟି ଗୋଲାପଜାମୁ

ପାଉଁରୁଟି ଗୋଲାପଜାମୁ
ସାମଗ୍ରୀ: ୮ଖଣ୍ଡ ପାଉରୁଟି ୪ଟି ଗୁଜୁରାତି ଗୁଣ୍ଡ ଅଳ୍ପ କିସମିସ ୧କପ ଚିନି ୧କପ ମଲାଇ କ୍ଷୀର ଛାଣିବା ପାଇଁ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିନିସିରା କରିବା ପାଇଁ କଡେଇରେ ଗୋଟେ କପ ଚିନିଲାଗି ଦୁଇ କପ ପାଣି ଦିଅନ୍ତୁ । ପାଣି ଫୁଟିବା ପରେ ସେଥିରେ ଚିନି ପକାଇ ଗୋଳାଇ ଦିଅନ୍ତୁ । ଚିନି ପୁରା ମିଳାଇ ଗଲା ପରେ ଗ୍ୟାସ କମ କରି କିଛି ସମୟ ବସାନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ଗୋଲାପଜାମୁ ତିଆରି କରିବା ପାଇଁ ପାଉଁରୁଟିକୁ ଖଣ୍ଡ କରି ସେଥିରେ ଅଳ୍ପ କ୍ଷୀର ଦେଇ ଅଟା ଚକୁଡିଲା ପରି ଚକଡନ୍ତୁ । ଚକୁଡିବା ପାଇଁ ଯେତେ କ୍ଷୀର ଆବଶ୍ୟକ ନେଇ ପାରିବେ । ପାଉଁରୁଟିକୁ କେବଳ କ୍ଷୀରରେ ହିଁ ଚକୁଡିବେ । ସେଥିରେ ଗୁଜୁରାତି ଗୁଣ୍ଡ ଦେଇ ଚକଡି ପୂରା ନରମ କରି ଦିଅନ୍ତୁ । ଚକଟାରୁ ଅଳ୍ପ ଅଳ୍ପ ହାତରେ ନେଇ ଛୋଟ ଛୋଟ ଗୁଳା କରନ୍ତୁ । ଏହା ମଝିରେ ପୁର ଦେବା ପରି କିସମିସକୁ ଦେଇ ଗୋଲ କରି ଦିଅନ୍ତୁ । ଏହାପରେ ଚିନିସିରାରେ ଗୁଜୁରାତି ଗୁଣ୍ଡ ଗୋଳାଇ ଆଉ ୫ମିନିଟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଆଉ ଏକ କଡେଇରେ ତେଲ ଗରମ କରି ଗୁଳା ଗୁଡାକ ଛାଣନ୍ତୁ । ସୁନେଲି ରଙ୍ଗ ହୋଇଗଲେ ପାଉଁରୁଟି ଗୁଳାକୁ ବାହାରକୁ ବାହାର କରିଦିଅନ୍ତୁ । ସିରା ଅଠାଳିଆ ଲାଗିଆସିଲେ ଏହାକୁ ସେଥିରେ ପକାଇ କିଛି ସମୟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଥଣ୍ଡା ହୋଇଗଲେ ପାଉଁରୁଟି ଗୋଲାପଜାମୁ ପରିବାର ସଦସ୍ୟଙ୍କୁ ଖାଇବାକୁ ଦିଅନ୍ତୁ ।