ଇମ୍ପାଲର ମଦର୍ସ ମାର୍କେଟ

ଇମ୍ପାଲର ମଦର୍ସ ମାର୍କେଟ

ଇମ୍ପାଲର ମଦର୍ସ ମାର୍କେଟ
ଅନେକଙ୍କୁ ହୁଏତ ଜଣା ନଥାଇ ପାରେ ଯେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ମାର୍କେଟ ବା ବଜାର ମଣିପୁର ରାଜଧାନୀ ଇମ୍ପାଲିରେ ରହିଛି । ଏହା ମଦର୍ସ ମାର୍କେଟ ଭାବେ ପରିଚିତ ଏବଂ ଏସିଆର ସବୁଠାରୁ ବଡ ମହିଳା ମାର୍କେଟ । ମୋଟ ଦୋକାନ ସଂଖ୍ୟା ୪ ହଜାରରୁ ଅଧିକ । ମାର୍କେଟରେ ଜଣେ ବି ପୁରୁଷ ଲୋକ ନାହାନ୍ତି । ବିଶ୍ୱାସ କରାଯାଏ ଯେ ଏହି ମାର୍କେଟ ପ୍ରାୟ ୫ଶହ ବର୍ଷର ପୁରୁଣା । ମାର୍କେଟ ଆରମ୍ଭର କାରଣ ମଣିପୁର ଇତିହାସ ସହିତ ଜଡିତ । ରାଜାରାଜୁଡା ଶାସନ ଅମଳରେ ମଣିପୁରରେ ଲାଇଫ ନାମକ ଏକ ପାରଂପରିକ ପ୍ରଥାର ପ୍ରଚଳନ ଥିଲା । ପ୍ରଥା ଅନୁସାରେ ମୈତି ସଂପ୍ରଦାୟର ପୁରୁଷମାନଙ୍କୁ ରାଜାଙ୍କ ଦରବାରରେ କାମ କରିବାକୁ ପଡୁଥିଲା । ଏଥିପାଇଁ ସେମାନେ ଦିନରାତି ରାଜାଙ୍କ ଉଆସରେ ରହୁଥିଲେ । ଏହାଦ୍ୱାରା ପୁରୁଷମାନେ ଘର କାମ ବୁଝିବାକୁ ସମୟ ପାଇଲେ ନାହିଁ ସେଥିପାଇଁ ମହିଳା ମାନେ ବାହାରକୁ କାମ କରିବାକୁ ବାହାରିଲେ । ମହିଳାମାନେ ଘର କାମ ସହିତ ଚାଷ କଲେ, ରୋଜଗାର ପାଇଁ ଦୋକାନ କରି ବ୍ୟବସାୟ ଆରମ୍ଭ କଲେ । ସେହି ଧାରା ଅନୁସାରେ ଆଜି ପର୍ଯ୍ୟନ୍ତ ରହି ଆସିଛି । ନିୟମ ଅନୁସାରେ ଏହି ମାର୍କେଟରେ କେବଳ ବିବାହିତ ମହିଳାମାନେ ହିଁ ବ୍ୟବସାୟ କରନ୍ତି ।