୫ ଟ୍ରିଲିୟନ ପାଇଁ ସଂକଳ୍ପବଦ୍ଧ: ପ୍ରମୋଦ ମିଶ୍ର

୫ ଟ୍ରିଲିୟନ ପାଇଁ ସଂକଳ୍ପବଦ୍ଧ: ପ୍ରମୋଦ ମିଶ୍ର

୫ ଟ୍ରିଲିୟନ ପାଇଁ ସଂକଳ୍ପବଦ୍ଧ: ପ୍ରମୋଦ ମିଶ୍ର
ସମ୍ବଲପୁର:୨୦୨୪ ସୁଦ୍ଧା ଦେଶର ଅର୍ଥନୀତି ୫ ଟ୍ରିଲିୟନକୁ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ତଥା ବରିଷ୍ଠ ପ୍ରଶାସକ ପ୍ରମୋଦ ମିଶ୍ର । ଶିକ୍ଷକ, ଶିକ୍ଷାନୁଷ୍ଠାନ ଓ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି ଯେ, ସର୍ବଦା ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ ଅବଦାନକୁ ମନେ ରଖିବା ଉଚିତ । କେବେ ବି ଭାବିବା ଉଚିତ ନୁହେଁ ଯେ, ଜଣେ କେବଳ ତା ନିଜ ପାଇଁ ସଫଳ ହୋଇଯାଇଛି । ଜଣଙ୍କ ସଫଳତା ପଛରେ ତା ବାପା, ମା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଭୂମିକା ରହିଥାଏ । ୨୦୨୪ ସୁଦ୍ଧା ଦେଶର ଅର୍ଥନୀତି ୫ ଟ୍ରିଲିୟନକୁ ପହଞ୍ଚାଇବା ପାଇଁ ଆମେ ସଂକଳ୍ପବଦ୍ଧ । ୫ ଟ୍ରିଲିୟନ ଲକ୍ଷ୍ୟ ପୂରଣ ପାଇଁ ଆମେ ସମସ୍ତେ କାମ କରୁଛୁ । ୨୦୧୪-୧୯ ମଧ୍ୟରେ ଦେଶର ଜିଡିପି ୭.୫%ରେ ପହଞ୍ଚିଥିଲା । ସ୍ୱାଧୀନତା ପରେ ୭.୫% ଜିଡିପି ଇତିହାସରେ ସର୍ବାଧିକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।