ଅଯୋଧ୍ୟାରେ ମସଜିଦ ନିର୍ମାଣକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଅଯୋଧ୍ୟାରେ ମସଜିଦ ନିର୍ମାଣକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଅଯୋଧ୍ୟାରେ ମସଜିଦ ନିର୍ମାଣକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ
ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋସôହିତ କରିବ । ଏହାସହିତ ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତାକୁ ପ୍ରୋସôହନ ଦେଉଛନ୍ତି ବୋଲି ଶଙ୍କରାଚାର୍ଯ୍ୟ କାହିଛନ୍ତି । ସେହିପରି ମାନବ ଜାତି ଉପରେ ଅରାଜକତା ଏବଂ ଦମନଲୀଳା ପାଇଁ ବାବର ବିଶ୍ୱ ସମୁଦାୟ ପାଇଁ ଆତଙ୍କବାଦୀ । ହେଲେ ବାବରକୁ ସମ୍ମାନ ଦେଇ ମସ୍ଜିତ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ମାନେ ବିବାଦ ସୃଷ୍ଟି କରିବା । କାରଣ ଅଯୋଧ୍ୟା ସ୍ଥିତି ସହିତ ମଥୁରା ଓ ବାରାଣାସୀରେ ବି ସୃଷ୍ଟି ହେବ । ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ସହିତ ମସଜିତ ନିର୍ମାଣ ଲାଗି କହିଛନ୍ତି । ଏଥିପାଇଁ ମୁସଲାମ ପକ୍ଷକୁ ୫ ଏକର ଜମି ଯୋଗାଇଦିଆଯିବ । ଏହାକୁ ନେଇ ଗତକାଲି ସରକାର କୋର୍ଟ ନିଦେ୍ର୍ଧଶ ଅନୁସାରେ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି । ସେଥିରେ ୧୫ଜଣ ସଦସ୍ୟ ଅଛନ୍ତି ।