ଥଣ୍ଡା ଓ ସର୍ଦିରୁ ରକ୍ଷା କରେ ଭିଟାମିନ୍ ଡି’

ଥଣ୍ଡା ଓ ସର୍ଦିରୁ ରକ୍ଷା କରେ ଭିଟାମିନ୍ ଡି’

ଥଣ୍ଡା ଓ ସର୍ଦିରୁ ରକ୍ଷା କରେ ଭିଟାମିନ୍ ଡି’
ବି୍ରଟେନ୍ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ନିୟମିତ ଶରୀର ଭିଟାମିନ୍ ଡି’ ଯୁକ୍ତ ପୋଷଣ ତତ୍ୱ ଗ୍ରହଣ କରିବା ଦ୍ୱାରା ଥଣ୍ଡା ଓ ସର୍ଦିରୁ ସୁରକ୍ଷା ମିଳେ । ସେମାନେ ମତ ଦେଇଛନ୍ତି ଯେ, ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଭିଟାମିନ୍ କେବଳ ହାଡ଼ଗୁଡ଼ିକୁ ଶକ୍ତ ଏବଂ ସବଳ ରଖିନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଶରୀରକୁ ଥଣ୍ଡା ଏବଂ ସର୍ଦିରୁ ମୁକ୍ତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ଡି’ ରହିବା ଜରୁରୀ । ଶରୀର ମଧ୍ୟରେ ଥିବା ପ୍ରତିରୋଧକ ପ୍ରଣାଳୀ ଭିଟାମିନ୍ ଡି’ ତତ୍ୱକୁ ଉପଯୋଗ କରି କ୍ଷତିକାରକ ସୂକ୍ଷ୍ମ ଭୂତାଣୁଗୁଡ଼ିକୁ ପ୍ରତିହତ କରିବାର ଶକ୍ତି ଉପôନ୍ନ କରେ । ଯଦ୍ୱାରା ଥଣ୍ଡା, ସର୍ଦି ସମେତ ଅନ୍ୟାନ୍ୟ ରୋଗର ଭୂତାଣୁ ଶରୀର ମଧ୍ୟକୁ ସଂକ୍ରମଣ କରିପାରେନାହିଁ । ଯେଉଁମାନଙ୍କଠାରେ ଭିଟାମିନ୍ ଡି’ ତତ୍ତ୍ୱର ଅଭାବ ରହିଛି, ସେମାନେ ଭିଟାମିନ୍ ଡି’ ବଟିକା ସେବନ କରିପାରିବେ । ଏହି ସିଦ୍ଧାନ୍ତରେ ପହଞ୍ଚିବା ଲାଗି ବୈଜ୍ଞାନିକମାନେ ୨୫ଟି ଭିନ୍ନ ଭିନ୍ନ ଅଧ୍ୟୟନରେ ୧୧ ହଜାର ୩୨୧ ଜଣ ଲୋକଙ୍କୁ ସାମିଲ କରିଥିଲେ ।